
ପଦ୍ମପୁର (ସମୃଦ୍ଧ ଓଡିଶା) ସମଗ୍ର ଦେଶ ତଥା ରାଜ୍ୟରେ ଭୟଙ୍କର ରୂପ ନେଇଥିବା କରୋନା ଆତଙ୍କର ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଜାରି କରିଥିବା କଟକଣାକୁ ସମ୍ମାନ ଜଣାଇବା ଆମ ସମସ୍ତଙ୍କ ଜାତୀୟ କର୍ତ୍ତବ୍ୟ । ବର୍ତ୍ତମାନ ପରିସ୍ଥିତିରେ କୌଣସି ଉତ୍ସବ ପାଳନ କିମ୍ବା ସମାରୋହ ନକରିବାକୁ କେନ୍ଦ୍ର ଓ ରାଜ୍ୟସରକାର ଦେଶ ତଥା ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି । ପାଇକମାଲ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାର ଷାଠିଏ ବର୍ଷ ପୂର୍ତ୍ତି ଅବସରରେ ଆଗାମୀ ଆସନ୍ତା ଏପ୍ରିଲ ୧୦ ତାରିଖରୁ ୧୨ତାରିଖ ମଧ୍ୟରେ ପାଳନ ହେବାକୁ ଥିବା ହୀରକ ଜୟନ୍ତୀ ଉତ୍ସବ ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ସ୍ଥିର କରାଯାଉଛି ଏବଂ ଷ୍ଟେଜ୍, ଗେଟ୍ ତିଆରି, ସ୍ମରଣିକା ପ୍ରସ୍ତୁତି, ପାଣ୍ଠି ସଂଗ୍ରହ ଆଦି ବିଭିନ୍ନ ପ୍ରସ୍ତୁତି କାର୍ଯ୍ୟ ପୂର୍ବ ପରି ଚାଲୁ ରହିବ । ଅବସ୍ଥା ସ୍ୱାଭାବିକ ହେବା ପରେ ପରବର୍ତ୍ତୀ ତାରିଖ ଓ କାର୍ଯ୍ୟକ୍ରମ ସଂପର୍କରେ ଜଣାଇ ଦିଆଯିବ । ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି ହୀରକ ଜୟନ୍ତୀ ପାଳନ କମିଟିର ସଭାପତି ଅନୀଲ କୁମାର କାଲିଆ ସୂଚନା ଦେଇଛନ୍ତି ।
ରିପୋର୍ଟ – ନିରୋଜ କୁମାର ପାଣି