

ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜନ୍ମ ଶତବାର୍ଷିକ ଉତ୍ସବ ପାଳନ ସକାଶେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବିଦ୍ୟାଳୟର ପୁରାତନ ଛାତ୍ର ସରପଞ୍ଚ ଚନ୍ଦ୍ର ମୋହନ ସାହୁଙ୍କ ପୌରହିତ୍ୟ ଏହି ବୈଠକରେ ଆସନ୍ତା ୨୦୧୯ ମସିହା ଜାନୁଆରୀ ମାସରେ ଶତବାର୍ଷିକ ଉତ୍ସବ ଧୁମଧାମରେ ପାଳନ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଏକ କାର୍ଯ୍ୟ ନିର୍ବାହ କମିଟି ଗଠନ କରାଯାଥିଲା । ଉକ୍ତ କମିଟିର ସଭାପତି ରୂପେ ସରପଞ୍ଚ ଚନ୍ଦ୍ର ମୋହନ ସାହୁ, ସଂପାଦକ ଭାବେ ରାଜେଶ କୁମାର ପଲାଇ, କୋଷାଧ୍ୟକ୍ଷ ଭାବେ ସୁଦର୍ଶନ ପରିଡାଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ଏଥିରେ ସ୍ଥାନୀୟ ବୁଦ୍ଧିଜୀବୀ, ଶିକ୍ଷାବିତ, ପୂର୍ବତନ ବିଦ୍ୟାର୍ଥୀ, ଅଭିଭାବକଙ୍କ ସମେତ ବହୁ ଅଞ୍ଚଳବାସୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା