ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମ ବ୍ଲକ ହୁମ୍ମା ଗ୍ରାମରେ ୩ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଗ୍ରାମକୁ ସଟଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ ଚନ୍ଦ୍ରମୋହନ ସାହୁ । ୩ଜଣ ସଂକ୍ରମିତ ବ୍ୟକ୍ତିଙ୍କୁ ଗଡ଼ହୁମ୍ମା ସ୍ଥିତ କୋଭିଡ କେୟାର ସେଣ୍ଟରରେ ରଖି ଚିକିତ୍ସା କରାଯାଉଥିବା ଜଣା ପଡ଼ିଛି । ଅନ୍ୟପଟେ ହୁମ୍ମା ଗ୍ରାମର ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ, ସମିତିସଭ୍ୟ ଗୌତମ ପଲାଇଙ୍କ ଗୁରବାର ବିଳମ୍ବିତ ରାତ୍ରରେ ଚିକିତ୍ସା ଅବହେଳାରୁ ପରଲୋକ ଘଟିଥିବା ବେଳେ ମୃତ୍ୟୁ ପରେ ତାଙ୍କର କରୋନା ସଂକ୍ରମିତ ରିପୋଟ ଆସିଥିଲା । ତାଙ୍କ ଶବ ସତ୍କାର କରିଥିବା ବ୍ୟକ୍ତି ମାନଙ୍କ କୋଭିଡ ଟେଷ୍ଟ କରାଯିବ ବୋଲି ପଞ୍ଚାୟତ ପ୍ରଶାସନ ପକ୍ଷରୁ କୁହାଯାଇଛି । ଗତ ୧୨ ତାରିଖରେ ବିଜେଡି ନେତା ଗୌତମ ପଲାଇ ତାଙ୍କର ଜ୍ଜ୍ୱର ରହିଥିବା ଯୋଗୁଁ ସେ ଭରାତୀବିଦ୍ୟା ପୀଠରେ କୋଭିଡ ଟେଷ୍ଟ କରିଥିବା ବେଳେ ତାଙ୍କର ନେଗେଟିଭ ବାହାରି ଥିଲା । ଜ୍ଜ୍ୱର ନ ଛାଡିବା ଓ ଶରୀର ଅସୁସ୍ଥ ଥିବା ଯୋଗୁଁ ପୁଣି ଥରେ ସେ ଛତ୍ରପୁର ଠାରେ କୋଭିଡ ଟେଷ୍ଟ କରିଥିଲେ । କିନ୍ତୁ ତାଙ୍କ ମୃତ୍ୟୁ ପରେ ରିପୋର୍ଟ ପଜେଟିଭ ଆସିଥିଲା । ମଲାଡ଼ରେ ଜୈନେକ ମହିଳା ପ୍ରାୟ ୧୫ ଦିନ ହେଲା ମୁତ୍ଯୁ ହୋଇସାରିଥିବା ବେଳେ ଆଜି ପର୍ଯ୍ୟନ୍ତ ତାଙ୍କର କୋଭିଡ଼ ଟେଷ୍ଟ ରିପୋର୍ଟ ଆସିନଥିବା ଜଣା ପଡ଼ିଛି । ବ୍ଲକ ପ୍ରଶାସନ କୋଭିଡ ପରିଚାଳନା କ୍ଷେତ୍ରରେ ଠିକ ଭାବେ ହେଉନଥିବା ନେଇ ବିଭିନ୍ନ ମହଲରେ ଅଭିଯୋଗ ହେଉଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା