

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମଞ୍ଚେଶ୍ୱର ଅଞ୍ଚଳରେ ହୋଟେଲ ମାଲିକଙ୍କ ଠାରୁ ଲୁଟ ଘଟଣାକୁ କେନ୍ଦ୍ର କରି ରସୁଲଗଡ଼ ଛକରେ ବୁଧବାର ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି । ଲୁଟେରାଙ୍କୁ ଗିରଫ ଦାବିରେ ଟାୟାର ଜାଳି ଏହି ରାସ୍ତାରୋକ କରାଯାଇଛି । ଫଳରେ ଭୁବନେଶ୍ୱର-କଟକ ଜାତୀୟ ରାଜପଥରେ ଗାଡ଼ି ଚଳାଚଳରେ ବାଧାପ୍ରାପ୍ତ ହେବା ସହ ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ଗାଡ଼ି ଅଟକି ରହିଛି । ଘଟଣାସ୍ଥଳକୁ ଯାଇ କମିଶନର ସତ୍ୟଜିତ ମହାନ୍ତି ପରିସ୍ଥିତ ଅନୁଧ୍ୟାନ କରିଛନ୍ତି । ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ହୋଟେଲ ମାଲିକଙ୍କୁ ଆକ୍ରମଣ କରି ଦୁର୍ବୃତ୍ତମାନେ ଟଙ୍କା ଲୁଟ କରିଥିଲେ ।
ରିପୋର୍ଟ : ଆକାଶ ମିଶ୍ର