

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଜେନା ସାହି ସ୍ଥିତ ଶ୍ରୀ ବୃନ୍ଦାବନ ଚନ୍ଦ୍ର ଯୁଗଳ ମହାପ୍ରଭୁଙ୍କ ହୋଲିକା ଦୋହନ ବାଃ ରାଜା ଅଗ୍ନି ଉତ୍ସବ ପୁରୋହିତ ସୁଦର୍ଶନ ରଥ ଓ ରାଧା ମୋହନ ପୂଜାରୀଙ୍କ ଦ୍ୱାରା ପାଳିତ ହୋଇଛି । ଏଥିରେ ସାହିର ସଭାପତି ପ୍ରଶନ କୁମାର ରଥ, ସମ୍ପାଦକ ରବୀନ୍ଦ୍ର ସାହୁ, କମଲ କୁମାର ପାତ୍ର, କାଳୁ ସାହୁ, ମହେନ୍ଦ୍ର ସାହୁ, ସିଦ୍ଧାର୍ଥ ତ୍ରିପାଠୀ, ଶିବ ସାହୁ, କାହ୍ନ ସାହୁ, ମହେଶ ଗୌଡ଼, ରବି ସାହୁ, ଅଜିତ ସାହୁ, ସୁଶାନ୍ତ ସାହୁ, ପ୍ରଭାତ ବେହେରା, ଯୁଧିଷ୍ଠିର ରଥ, ଲିଟୁ ରଥ ଓ ସାହିର ବହୁ ସଦସ୍ୟ ବୃନ୍ଦ ଓ ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସମ୍ପାଦକ କିରଣ କୁମାର ସାହୁ ଯୋଗ ଦେଇଥିଲେ ।

