ହ୍ୟାପି ମୁମେଣ୍ଟସର ଶ୍ରାବଣ ମହୋତ୍ସବ ଅନୁଷ୍ଠିତ

ରାଉରକେଲା (ସମୃଦ୍ଧଓଡିଶା) ରାଉରକେଲାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ହ୍ୟାପି ମୁମେଣ୍ଟସ ଇଣ୍ଡିଆ ପକ୍ଷରୁ ବହୁ  ଆଡମ୍ବରରେ ଭଞ୍ଜ ଭବନରେ ଶ୍ରାବଣ ମହୋତ୍ସବ ଆୟୋଜିତ କରାଯାଇଛି । ପ୍ରତିଷ୍ଠାତା ରାଜେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଓ ରଶ୍ମିତା ପଣ୍ଡାଙ୍କ ସହଯୋଗରେ ଏହା  ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ରୁପେ ଶିକ୍ଷାବିତ ନରେଶ ଆର୍ଯ୍ୟ, ଉମାକାନ୍ତ ପଣ୍ଡା, ସୁକାନ୍ତ ଖୁଣ୍ଟିଆ ଯୋଗ ଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।.ଶ୍ରାବଣ ମହୋତ୍ସବରେ ବିଭିନ୍ନ ଚିତ୍ରାଙ୍କନ ନାଚ ଗୀତ ମୋଡେଲିଙ୍ଗ ରାଇମ୍ସ ସହ ଶ୍ରାବଣ ଭିତ୍ତିକ କବିତା ଆସର ଅନୁଷ୍ଠିତ ହୋଇଥିଲା । ସମସ୍ତ କୃତି ଛାତ୍ର ଛାତ୍ରୀଙ୍କୁ ସମ୍ମାନିତ କରାଯାଇ ଥିଲା । ଶସ୍ମିତା ପ୍ରଧାନ, ଗ୍ରେସୀ ଡାଭିଡ, ଶରତ ପଣ୍ଡା, ତପସ୍ୱିନୀ ପ୍ରମୁଖ ପ୍ରତିଯୋଗିତାର ମୂଲ୍ୟାଙ୍କନ କରିଥିଲେ । ଜ୍ୟୋତିର୍ମୟ ଆଚାର୍ଯ୍ୟ, ସୁସ୍ମିତା ମହା ପାତ୍ର, ସସ୍ମିତା ପାତ୍ର, ମିନାକ୍ଷୀ ପାତ୍ର, ପିନାକୀ ବୋଷ,ଆନନ୍ଦ ସୁନା, ସତ୍ୟବାନ ସାହୁ, ଧନଞ୍ଜୟ ଚୌଧୁରୀ, ବାସନ୍ତୀ ହନୁମାନ, ମନୋଜ ପଟନାୟକ, ସୁଧା ପାଣ୍ଡେ,ଆକାଶ ମୁଣ୍ଡାରୀ, ଇ ଚୈତନ୍ୟ, ଇନ୍ଦିରା ପଣ୍ଡା, ଭାଗିରଥି ଶତପଥୀ,ସରୋଜ ମହାନ୍ତିଙ୍କୁ ସର୍ବଶ୍ରେଷ୍ଠ ଗୁରୁ ସମ୍ମାନ ଦିଆଯାଇଥିଲା । ଦୀର୍ଘ ସାତ ବର୍ଷ ଧରି ଏହି ଅନୁଷ୍ଠାନ ଏଭଳି କାର୍ଯ୍ୟକ୍ରମ କରି ଆସୁଛି । ରଶ୍ମିତା ପଣ୍ଡା, ଦିବାକର ଦାସ, ରଞ୍ଜନ ସାହୁ, ମାନସୀ ଘୋଷ, ଅଜୟ ନାୟକ ପ୍ରମୁଖ ପରିଚାଳନା କରିଥିଲେ । ହ୍ୟାପି ମୁମେଣ୍ଟସ ଇଣ୍ଡିଆ ପରିବାର ଆନନ୍ଦ ବାଣ୍ଟିବାର ପ୍ରୟାସ ଜାରି ରଖିଛି । ଶେସରେ ରାଜେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ସସ୍ମିତା ପ୍ରଧାନ

Leave a Reply

Your email address will not be published. Required fields are marked *