

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବ୍ରହ୍ମପୁର ମହାନଗର ନିଗମ ପରିସରରୁ ଟେଷ୍ଟିଂ ଭ୍ୟାନର ଶୁଭାରମ୍ଭ କରିଛନ୍ତି । ଏହି ଟେଷ୍ଟିଂ ମୋବାଇଲ୍ ଭ୍ୟାନ ବ୍ରହ୍ମପୁର ମହାନଗର ନିଗମର ସମସ୍ତ ୱାର୍ଡ଼ ବୁଲି କୋଭିଡ଼୍ ଟେଷ୍ଟିଂ ସେଣ୍ଟକୁ ଯିବାରେ ଅସମର୍ଥ ରହିଥିବା ବିକଳାଙ୍ଗ, ବୟସ୍କ ଏବଂ ଅସମର୍ଥ ଲୋକଙ୍କ କରୋନା ପରୀକ୍ଷା କରିବ । ଏଥିପାଇଁ ଏକ ମୋବାଇଲ୍ ନମ୍ବର (୯୪୩୮୮୪୯୭୧୧) ବିଏମ୍ସି ପକ୍ଷରୁ ଜାରି ହୋଇଛି । କୋଭିଡ଼୍ରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନଙ୍କର କୋଭିଡ଼୍ ଟେଷ୍ଟିଂ କରିବାରେ ଏହି ମୋବାଇଲ୍ ଭ୍ୟାନଟି ସହାୟକ ହେବ ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ସୂଚନା ଦେଇଛନ୍ତି । ବ୍ରହ୍ମପୁରବାସୀଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ବିଏମ୍ସି ପକ୍ଷରୁ ଏହି ମୋବାଇଲ୍ ଭ୍ୟାନ୍ଟିକୁ ଲୋକାର୍ପିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଏମ୍ସି କମିଶନର ଡ. ସିଦ୍ଧେଶ୍ୱର ବଳିରାମ ବନ୍ଦୋରଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ରହିଥିଲେ ।
