

ଛତ୍ରପୁର (ସମୃଦ୍ଧ ଓଡିଶା) ସର୍ବଭାରତୀୟ ସ୍ତରର ଅନ୍ୟତମ ସେଚ୍ଛାସେବୀ ସଂଗଠନ ୟୁଥ ଫୋର ସେବା ଦ୍ଵାରା ରବିବାର ଚନ୍ଦକା ଅଂଚଳର କୃଷ୍ଣନଗର ଏବଂ ବାରଙ୍ଗ ଅଞ୍ଚଳର ଚୁଡଙ୍ଗରେ ଶୀତର ପ୍ରଭାବରୁ ନାହିଁ ନ ଥିବା ଅସୁବିଧା ଭୋଗକରୁଥିବା ଲୋକଙ୍କ ମଧ୍ୟରେ କମ୍ବଳ ବଣ୍ଟନ କରାଯାଇଛି । ଶିବ ନାରାୟଣ ଦାସଙ୍କ ତତ୍ବାବଧାନରେ ସଂଗଠନ ତରଫରୁ ଅସହାୟ ଲୋକଙ୍କୁ ଭେଟି ସେମାନଙ୍କ ଦୁଃଖକଷ୍ଟ ବୁଝିବା ସହ ୮୫ଟି କମ୍ବଳ ବଣ୍ଟାଯାଇଛି । ଏହି କାର୍ଯ୍ୟକ୍ରମରେ ସଂଗଠନର ୧୨ ଜଣ ସଦସ୍ୟ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଏପରି ଆହୁରି ଅସହାୟଙ୍କୁ ଶୀତ ଦାଉରୁ ରକ୍ଷା କରିବା ପାଇଁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ୟୁଥ ଫର ସେବାର ସଂଯୋଜକ ସୁବ୍ରତ କୁମାର ପଟ୍ଟନାୟକ କହିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

