ୟୁନିଟ୍ – ୩ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ସଙ୍କୁଳସ୍ତରୀୟ ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା ୨୦୨୪ ଅନୁଷ୍ଠିତ

ଭୁବନେଶ୍ୱର (ସମୃଦ୍ଧଓଡିଶା) ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ୟୁନିଟ୍ -୩, ଭୁବନେଶ୍ୱରରେ ସଙ୍କୁଳ ସ୍ତରୀୟ ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ବିଜ୍ଞାନ ମେଳାରେ ୩୩୭ ଜଣ ଛାତ୍ରଛାତ୍ରୀ ଶିଶୁ ବର୍ଗ, ବାଲ୍ ବର୍ଗ ଓ କିଶୋର ବର୍ଗ ରେ ପ୍ରକଳ୍ପ ପ୍ରଦର୍ଶନ କରି ସଫଳତା ଅର୍ଜନ କରିବା ସହିତ ଅଭିଭାବକମାନଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଛନ୍ତି। କୃତିତ୍ୱ ଅର୍ଜନ କରିଥିବା କୁନି ବୈଜ୍ଞାନିକ ମାନଙ୍କୁ ସମରୋପ ଉତ୍ସବରେ ଉଚ୍ଚ ସମ୍ମାନ ପ୍ରଦାନ କରା ଯାଇଛି।ଏହି ଉତ୍ସବରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ, ଅଭିଭାବକ ବୃନ୍ଦ, ଗୁରୁଜୀ ଗୁରୁମା ଗଣ,ପରିଚାଳନା ସମିତି କାର୍ଯ୍ୟ କର୍ତ୍ତା ଓ ଅତିଥି ମାନଙ୍କ ମହଲରେ ଅତ୍ୟନ୍ତ ଖୁସିର ମାହୋଲ ସୃଷ୍ଟି ହୋଇ ଥିଲା। ଉକ୍ତ ମେଳାରେ ଶିକ୍ଷାବିତ୍ ବିଭୁ କଲ୍ୟାଣ ମହାନ୍ତି ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭ ଉଦ୍ଘାଟନ କରିଥିଲେ। “ବିଜ୍ଞାନ କୁ ମାନବ ସମାଜର ସଂଜୀବନୀ ରୂପେ ବ୍ୟବହାର କରାଯିବା ଉଚିତ୍,କିନ୍ତୁ ବିନାଶକାରୀ କଳା ପାହାଡ ରୂପେ ବ୍ୟବହାର କରା ନ ଯାଉ ।” ଏହା ଥିଲା ସମ୍ମାନନୀୟ ଅତିଥିଙ୍କ ବକ୍ତବ୍ୟର ସାର ମର୍ମ। ସମାରୋପ ସଭାରେ ଓଡ଼ିଶା ବିଜ୍ଞାନ ଏକାଡେମିର ସଚିବ ପ୍ରଫେସର ଆଶିଷ କୁମାର ମହାନ୍ତି ସମ୍ମାନନୀୟ ଅତିଥି ରୂପେ ଯୋଗ ଦେଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରି ଥିଲେ। “ପୃଥିବୀରେ ଯେତେ ଯେତେ ବଡ ବଡ ବୈଜ୍ଞାନିକ ଅଛନ୍ତି ସମସ୍ତଙ୍କ ପ୍ରେରଣାର ଉତ୍ସ ବିଦ୍ୟାଳୟ ସ୍ତରୀୟ ଆୟୋଜିତ ବିଜ୍ଞାନ ମେଳା।” ଉପସ୍ଥିତ ଥିବା ୟୁନିଟ -୩ ସଙ୍କୁଳର ସମସ୍ତ ପ୍ରଧାନ ଆଚାର୍ଯ୍ୟ, ଗୁରୁଜୀ ଗୁରୁମା ଓ ଅନ୍ୟ ସହଯୋଗୀ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଜ୍ଞାନ ବିଜ୍ଞାନ ମେଳା ଟି ସଫଳ ହୋଇ ଥିଲା। “ବିଦ୍ୟାଳୟର ଏହି ଉଦୀୟମାନ କୁନି ବିଜ୍ଞାନୀ ଗଣ ଆଗାମୀ ଦିନରେ ଭାରତ ବର୍ଷର ବିଜ୍ଞାନ କ୍ଷେତ୍ରରେ ଦୃଢ଼ ନେତୃତ୍ୱ ନେବେ, ଏଥିରେ ତିଳେ ମାତ୍ର ସନ୍ଧେହ ନାହିଁ।” ଏହା ଥିଲା ମୁଖ୍ୟ ଅତିଥି ଆଶିଷ କୁମାର ମହାନ୍ତିଙ୍କ ବକ୍ତବ୍ୟର ସାରାଂଶ।ଏହି ଉତ୍ସଵରେ ସଙ୍କୁଳ ପ୍ରମୁଖ ମହେନ୍ଦ୍ର କୁମାର ସାହୁଙ୍କ ପ୍ରେରଣାରେ ବିଜ୍ଞାନ ମେଳାଟି ଅନୁଷ୍ଠିତ ହୋଇଥିଲା । ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକା ଅକ୍ଲାନ୍ତ ପରିଶ୍ରମ କରି ବିଜ୍ଞାନ ମେଳା କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ବିଦ୍ୟାଳୟ ପରିଚାଳନା ସମିତି ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ରିପୋର୍ଟ : ରଜତ ମହାପାତ୍ର