
ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ସାଧାରଣ ନିର୍ବାଚନ ପାଖେଇ ଆସିଲାଣି । ଏହାକୁ ନେଇ ବିଭିନ୍ନ ରାଜନୈତିକ ମହଲରେ ଚାଲିଛି ପ୍ରସ୍ତୁତି । ଏହି ଅବସରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଅମିତ ଶାହା ଏପ୍ରେଲ ୧ରେ ପାରଳାଖେମୁଣ୍ଡି ଆସୁଛନ୍ତି ବୋଲି ସୂଚନା ମିଳିଛି । ସେ ସେହିଦିନ ୧୧ଟା ବେଳେ ପାରଳାଖେମୁଣ୍ଡିରେ ପହଞ୍ଚି ଏକ ସଭାରେ ଯୋଗଦେବେ । ତା’ ପରେ ସେ ଉମରକୋଟରେ ହେବାକୁ ଥିବା ଏକ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା