

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗୋଶାଣୀନୂଆଗାଁ କେ.ସି ହାଇସ୍କୁଲ ପଡିଆରେ ୧୦ଦିନିଆ ମହାନଗର ମହୋତ୍ସବର ଗତକାଲି ତୃତୀୟ ଦିନ ଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ବ୍ରଜ କିଶୋର ତ୍ରିପାଠୀ, ସମ୍ମାନିତ ଅତିଥି ରୂପେ ଗଞ୍ଜାମଜିଲ୍ଲା କଂଗ୍ରେସ ସଭାପତି ଡା. ତ୍ରିନାଥ ବେହେରା, ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଦୀପକ ପଟ୍ଟନାୟକ, ସିପିଆଇ ନେତା ନାରାୟଣ ରେଡ୍ଡୀ, ସିପିଏମ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ବିଜେପି ଗଞ୍ଜାମ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିଭୁତି ଜେନା, ବରିଷ୍ଠ ସାମ୍ବାଦିକ ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏହାସହ ସଭାପତି ନାରାୟଣ ମହାଙ୍କୁଡ, ସମ୍ପାଦକ ବିଶ୍ୱନାଥ ପଟ୍ଟନାୟକ, ସଂଯୋଜକ ମନୋଜ କାନ୍ତ ଦାସ, ଉପଦେଷ୍ଟା ନୃସିଂହ ଚରଣ ପାଢ଼ୀ, ଉପସଭାପତି ଶକ୍ତିଧର ରାଜଗୁରୁ, କମିଟି କୋଷାଧକ୍ଷ ପ୍ରଣୟ କୁମାର ପଣ୍ଡା, ଉପସଭାପତି ଶକ୍ତିଧର ରାଜଗୁରୁ, ସହ ସମ୍ପାଦକ ରଶ୍ମିତା ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ସୂଦୀପ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସାମ୍ବାଦିକ ଅସିତ ପଣ୍ଡା ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ମହାନଗର ମହୋତ୍ସବର ଏହି ସାଂସ୍କୃତି ସନ୍ଧ୍ୟାରେ କେଳୁ ଚରଣ କଳା ତିର୍ଥ, ଲିଜମ ଡ୍ୟାନ୍ସ ଏକାଡେମୀ, ଲଳିତ କଲୁରାଲ ଏକାଡେମୀ, ପ୍ରଶନ୍ନକ୍ଷୀ ଡ୍ୟାନ୍ସ ଗ୍ରୁପ, ସ୍କେଟିଂ ବ୍ରହ୍ମପୁର, ରିଅଲ ଷ୍ଟାର, ରକଷ୍ଟାରର କଳାକାରମାନଙ୍କ ଦ୍ୱାରା ବିଭିନ୍ନ ସଂସ୍କୃତି କାର୍ଯ୍ୟକ୍ରମ ଯଥା ଓଡିଶୀ, ମଡର୍ଣ୍ଣ, ସ୍କେଟିଂ ଡ୍ୟାନ୍ସ, ହିପ ହପ ଡ୍ୟାନ୍ସ ଆଦି ପରିବେଷଣ କରାଯାଇଥିଲା । ଏହା ସହ ବ୍ରହ୍ମପୁରର କିହ୍ନର ଅନୁଷ୍ଠାନ ସଖି ଗ୍ରୁପ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ଓ ଫେସନ ସୋ ଆୟୋଜିତ କରାଯାଇଥିଲା । ଶେଷରେ ଲାଇସେମ ବ୍ୟୁଟି ଏକାଡେମୀ ବ୍ରହ୍ମପୁରର କୁନି କୁନି ପିଲାମାନେ ନୃତ୍ୟ ପରିବେଶଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





