୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ନୀଳକଣ୍ଠ ନଗରର ଶତପ୍ରତିଶତ ସଫଳତା ସହ ଶତକଡା ୯୯.୬୭ ନମ୍ବର ରଖି ରାଜ୍ୟସ୍ତରରେ ପ୍ରଥମ ରିୟାଙ୍କ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ପ୍ରକାଶିତ ହୋଇଥିବା ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳରେ ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି । ଗତ ୩୦ ବର୍ଷ ଧରି ୧୦୦% ସଫଳତା ହାସଲ କରି ଆସୁଛନ୍ତି । ଏହି ବର୍ଷ ମୋଟ ୩୪୨ ଛାତ୍ରଛାତ୍ରୀଙ୍କ ମଧ୍ୟରୁ A1 ଗ୍ରେଡ଼ ଅର୍ଥାତ ୯୦%ରୁ ଉର୍ଦ୍ଧ୍ଵରେ ୧୫୯ ଜଣ, A2 ଗ୍ରେଡ଼ ଅର୍ଥାତ ୮୦%ରୁ ଉର୍ଦ୍ଧ୍ଵରେ ୧୫୬ଜଣ, ଏବଂ B1 ଗ୍ରେଡ଼ ଅର୍ଥାତ ୭୦%ରୁ ଉର୍ଦ୍ଧ୍ଵରେ ୨୩ ଜଣ, ଉତୀର୍ଣ୍ଣ ହୋଇ ସାରା ରାଜ୍ୟରେ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି । ସେଥିମଧ୍ୟରୁ ପ୍ରଥମ ସ୍ଥାନରେ ଶିବରାମ ପାତ୍ର ମୋଟ ୫୯୮ ମାର୍କ (୯୯.୬୬ %), ଦ୍ଵିତୀୟ ସ୍ଥାନରେ ଶାଶ୍ୱତ ସାହୁ ମୋଟ ୫୯୫ ମାର୍କ (୯୯.୧୭ %), ତୃତୀୟ ସ୍ଥାନରେ ଦୀପକ କୁମାର ନାୟକ ମୋଟ ୫୮୯ ମାର୍କ (୯୮.୧୭ %), ଚତୁର୍ଥ ସ୍ଥାନରେ ରୁଦ୍ର ପ୍ରତାପ ସ୍ୱାଇଁ ମୋଟ ୫୮୭ ମାର୍କ (୯୭.୮୩%), ପଞ୍ଚମ ସ୍ଥାନରେ ଶୁଭାଶିଷ ଦାସ ମୋଟ ୫୮୬ ମାର୍କ (୯୭.୬୭%), ଷଷ୍ଠ ସ୍ଥାନରେ କାହ୍ନା ସାହୁ, ସ୍ନେହାଶିଷ ସାହୁ, ଶ୍ରୀୟାଶୀ ସ୍ୱାଇଁ ମୋଟ ୫୮୫ ମାର୍କ (୯୭.୫୦%), ସପ୍ତମ ସ୍ଥାନରେ ପ୍ରୀତିନନ୍ଦା ପ୍ରିୟଦର୍ଶିନୀ ସ୍ୱାଇଁ, ପ୍ରୀୟାଂଶି ପାଢ଼ୀ, ପ୍ରଜ୍ଞା ମହାପାତ୍ର, ଅମରେଶ ପାଣିଗ୍ରାହୀ, ଦିବ୍ୟଜ୍ୟୋତି ତ୍ରିପାଠୀ, ଗୌରୀ ପଣ୍ଡା ମୋଟ ୫୮୪ ମାର୍ଚ (୯୭.୩୩ %), ଅଷ୍ଟମ ସ୍ଥାନରେ ଅମିତ କୁମାର ଆଚାର୍ଯ୍ୟ, କାମାକ୍ଷୀ ପ୍ରସାଦ ପଣ୍ଡା, ପ୍ରେରଣା ମହାପାତ୍ର, ରାଜ କୁମାର ନନ୍ଦ, ରିତିକ୍ ରଞ୍ଜନ ପାଣିଗ୍ରାହୀ, ତାପସ କୁମାର ମହାତି ମୋଟ ୫୮୩ ମାର୍କ (୯୭.୧୭%), ନବମ ସ୍ଥାନରେ ସାସ୍ୱତ ସ୍ୱରୂପ ପାଣିଗ୍ରାହୀ ମୋଟ ୫୮୨ ମାର୍କ (୯୭.୦୦%) ଓ ଦଶମ ସ୍ଥାନରେ ଶାଗର କୁମାର ମହାପାତ୍ର, ଶ୍ରୀରାମ ସାହୁ, ଇଶକାନ୍ତ ସାହୁ ଓ ଷୋୖରଭ ମହାନ୍ତି ମୋଟ ୫୭୯ ମାର୍କ (୯୬.୫୦%) ରଖି ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ ସହ ରାଜ୍ୟସ୍ତରରେ ରେକର୍ଡ ସଫଳତା ହାସଲ କରିଛନ୍ତି । ବିଦ୍ୟାଳୟର ଶିଶୁ ମାନଙ୍କର ଏହି ଅଭୂତପୂର୍ବ ସଫଳତା ପାଇଁ ଅନୁଷ୍ଠାନ ପରିଚାଳନା ସମିତିର ସଭାପତି ଡ଼ଃ ଶ୍ରୀକାନ୍ତ ମହାପାତ୍ର ଏବଂ ସମ୍ପାଦକ ନାରାୟଣ ପଣ୍ଡା ତଥା ସମସ୍ତ ପରିଚଳନା ସମିତି ସଦସ୍ୟ ଓ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ, ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଏବଂ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା  ତଥା ସମସ୍ତ ଅଭିଭାବକଙ୍କ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି ବୋଲି ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନଚାର୍ଯ୍ୟ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା