ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ନିର୍ବାଚନ ମଣ୍ଡଳୀର କୋର କମିଟି ସଭ୍ୟ ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଆସନ୍ତା ୧୦ ତାରିଖ ଦିନ ବ୍ରହ୍ମପୁରରେ ବିଜେପି ପକ୍ଷରୁ ପ୍ରସ୍ତାବିତ ରାଲିକୁ କିପରି ପୂର୍ଣ ସଫଳ କରାଯାଇ ପାରିବ ସେ ନେଇ ଆଲୋଚନା କରାଯାଇଥିଲା ଏବଂ ପ୍ରତ୍ୟେକ ମଣ୍ଡଳରେ ବୈଠକ କରି ସିଏଏ (CAA-ଜାତି ସଂଶୋଧନ ବିଲ) ଉପରେ ଲୋକଙ୍କୁ ସଚେତନ କରିବା ସହ ମୋବାଇଲ 8866288662 ନମ୍ବରକୁ କଲ କରି ସମର୍ଥନ ଜଣାଇବା ପାଇଁ ନିଷ୍ପତି ନିଆଯାଇଥିଲା । ଏଥିରେ ଉପସ୍ଥିତ ସଭ୍ୟ ପ୍ରଶାନ୍ତ କୁମାର ନାୟକ ଅଧ୍ୟକ୍ଷ ଗଂଜାମ ବ୍ଲକ ଶ୍ରୀମତୀ ରଶ୍ମି ରେଖା ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟା ଚୈତନ୍ୟ ପ୍ରଧାନ, ଜିଲ୍ଲା ହରିଜନ ମୋର୍ଚ୍ଚା ସଭାପତି ସଞ୍ଜିତ କୁମାର ରାଉଳ, ଛତ୍ରପୁର ପୌରପରିଷଦ ସଭାପତି ପ୍ରଦୀପ କୁମାର ପାଢୀ, ପୂର୍ବତନ ମଣ୍ଡଳ ସଭାପତି ପଦ୍ମ ଚରଣ ପରିଡ଼ା, ଭିକାରି ପଲ୍ଲୀ ମଣ୍ଡଳ ସଭାପତି ବିଦ୍ୟାଧର ନାହାକ, ଟାଗଣାପଲ୍ଲୀ ମଣ୍ଡଳ ସଭାପତି ସୁଦାମ ଚରଣ ଜେନା, ଗଞ୍ଜାମ ପୌରପରିଷଦ ସଭାପତି ଲଷ୍ମୀ ନାରାୟଣ ପଣ୍ଡା, କୀର୍ତ୍ତନ ଦାସ, ଗାଣ୍ଡୁଧର ଗଉଡ଼, ପି. ଚନ୍ଦ୍ରଶେଖର ରାଓ, ଡି. ସୁରେଶ ରେଡ୍ଡୀ, ଭୀମସେନ ବେହେରା, ରାଜେନ୍ଦ୍ର କୁମାର ପଲ୍ଲାଇ, ପ୍ରଫୁଲ୍ଲ କୁମାର ପଣ୍ଡା, ବ୍ରଜ ମୋହନ ଆଚାର୍ଯ୍ୟ, ପି. ଧରମା ରେଡ୍ଡୀ, ରୁଇନା ପଟନାୟକ, ମନୋଜ ରେଡ୍ଡୀ, ଶ୍ରୀଧର ରାଓ ସମେତ ଅନ୍ୟାନ୍ୟ ବହୁ କର୍ମୀ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା