୧୦୦କିଲୋ ଗଞ୍ଜେଇ ସହ ଜଣେ ଗିରଫ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ମୋହନା ପୋଲିସକୁ ମିଳିଛି ବଡ ସଫଳତା । ଜିଲ୍ଲା ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ମୋହନା ପୋଲିସ ରାତ୍ରକାଳୀନ ପେଟ୍ରେଲିଙ୍ଗ କରୁଥିବା ସମୟରେ ଭୋର ପ୍ରାୟ ୬ଘଣ୍ଟା ସମୟରେ ମୋହନା ଥାନା ଏସଆଇ ହେମନ୍ତ କୁମାର ସେଠୀ ଓ କର୍ମଚାରୀ ମୋହନା ଥାନା ଅନ୍ତର୍ଗତ ବଡସିନ୍ଧବା ପଞ୍ଚାୟତ ନିକଟ ବାରିଆବନ୍ଧ ଗାଁ ପାଖରେ ଏକ ଲଟାବୁଦା ନିକଟରେ ସନ୍ଦେହଜନକ ଭାବେ ଛିଡା ହୋଇ ରହିଥିବା ଦେଖିବାକୁ ପାଇଲେ । ତା ନିକଟରେ ୭ଗୋଟି ଜରିବସ୍ତାକୁ ଦେଖି ତଲାସି କରିଥିଲେ ଏହାପରେ ସେଥିରେ ଗଞ୍ଜେଇ ଭର୍ତ୍ତି ହୋଇ ରହିଥିବା ବସ୍ତା ବୋଲି ଜଣାପଡିଥିଲା । ସମୁଦାୟ ଗଞ୍ଜେଇର ପିରମାଣ ୧୮୦ କିଲୋ ଓ ୧ହଜାର ଆନୁମାନକି ବଜାର ମୂଲ୍ୟ ୯ ଲକ୍ଷ ଟଙ୍କା ହେବ ବୋଲି ଆର.ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ମୋହନା ଥାନା ଅଞ୍ଚଳରେ ଚୋରା ଗଞ୍ଜେଇ ବେପାରୀଙ୍କୁ ସାବାଡ କରିବା ପାଇଁ ଜୋରାଦାର ପ୍ରୟାସ ଚାଲୁ ରହିଥିବା ଚର୍ଚ୍ଚାରେ ବିଷୟ ପାଲଟିଛି । ଗଞ୍ଜେଇ ମାଫିଆ ମୋହନା ଥାନା ଅନ୍ତର୍ଗତ ଭାଲିଆଗଣ୍ଡା ଗ୍ରାମର ଥୋମାସ ନାୟକକୁ କେସ୍ ନଂ ୧୮୯/୧୯ରେ ମକଦମା ରୁଜୁକରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ନାୟକ କହିଛନ୍ତି ।

ରିପୋର୍ଟ : କୃଷ୍ଣ କୁମାର ବେହେରା