


ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ମେଣ୍ଡରାଜପୁର ଛକରେ ୧୧କେଭି ବିଦ୍ୟୁତ ତାର ଲାଗି ହୋଇଥିବା ବସ ଦୁର୍ଘଟଣାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦୁଇ ମନ୍ତ୍ରୀ ତଥା ପରିବହନ ଯୋଜନା ଓ ସମନ୍ୱୟ କ୍ୟାବିନେଟ ମନ୍ତ୍ରୀ ପଦ୍ମନାଭ ବେହେରା ଏବଂ ସାମାଜିକ ସୁରକ୍ଷା, ବିଜ୍ଞାନ ଓ କାରିଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସେଠାରେ ପହଞ୍ଚି ଦୁର୍ଘଟଣା ଘଟିଥିବା ମେଣ୍ଡରାଜପୁର ଛକର ସ୍ଥିତି ଅନୁଧ୍ୟାନ କରିବା ସହ ସର୍ବାଧିକ ମୃତ୍ୟୁବରଣ କରିଥିବା ଡଙ୍କଲପଡ଼ୁ ଗାଁ ପରିଦର୍ଶନ କରିଛନ୍ତି । ଏହାସହ ମୃତାହତ ପରିବାର ଓ ଗ୍ରାମବାସୀଙ୍କୁ ଭେଟି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣେଇ ସେମାନଙ୍କୁ ଧର୍ଯ୍ୟ ଧରିବା ପାଇଁ ଆଶ୍ୱାସନା ଦେଇଛନ୍ତି । ସେମାନଙ୍କ ସହ ଗୋପାଳପୁର ବିଧାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ପ୍ରମୁଖ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ତତସହିତ ସରପଞ୍ଚ, ସମିତିସଭ୍ୟ, ବହୁ ଦଳିୟ ନେତା, ଜନପ୍ରତିନିଧିମାନେ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଆଶୁତୋଷ ପଟ୍ଟନାୟକ

