
ମୋହନା (ସମୃଦ୍ଧ ଓଡିଶା) ଗଜପତି ଜ଼ିଲ୍ଲା ଅଡବା ପୋଲିସ ଏକ ୪୦୭ ଭ୍ୟାନରେ ଚୋରା ଚାଲାଣ ହେଉଥିବା ୧୩ ଖଣ୍ଡ ପିଆଶାଳ କାଠ ଗଣ୍ଡି ଜବତ କରିବା ସହ ୮ ଜଣ କାଠ ମାଫିଆଙ୍କୁ ଗିରଫ କରିଛି । ଗିରଫ କାଠ ମାଫିଆ ମାନେ ଅଡବା ଅଞ୍ଚଳର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ମଙ୍ଗଳବାର ରାତିରେ ଝିଲିକି ଗୌଡ଼ଗୋଠ ରାସ୍ତାରେ ପେଟ୍ରୋଲିଂ କରୁଥିବା ବେଳେ ପୋଲିସକୁ ଏହି ସଫଳତା ମିଳିଛି । ଉକ୍ତ କାଠଗଣ୍ଡି ଅଡବାରୁ ବଡ଼ଗଡ଼ ଚାଲାଣ ହେଉଥିବା ଜଣାପଡିଛି । ଜବତ କାଠଗଣ୍ଡି ଏବଂ ଗିରଫ ଅଭିଯୁକ୍ତମାନଙ୍କୁ ମୋହନା ବନବିଭାଗକୁ ହସ୍ତାନ୍ତର କରାଯାଇଥିବା ଅଡବା ପୋଲିସ ସୂଚନା ଦେଇଛି ।
ରିପୋର୍ଟ : କୃଷ୍ଣ କୁମାର ବେହେରା