

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ୧୩ଟି ଶକ୍ତି ପୀଠରେ ପ୍ରଭୁ ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଅଙ୍ଗ ଲାଗି ପାଟ, ମହାପ୍ରସାଦ ଓ ଛଡାତୁଳସୀ ପ୍ରଦାନ କରାଯାଇଛି । ଶ୍ରୀ ଜଗନ୍ନାଥ ମନ୍ଦିର ତରଫରୁ ପ୍ରଦାନ କରାଯାଇଥିବା ପାଟ, ମହାପ୍ରସାଦ ଓ ଛଡାତୁଳସୀ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠରେ ପ୍ରଦାନ ପାଇଁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିରୁପାକ୍ଷ ଦାଶଙ୍କୁ ଏହାର ଦାୟିତ୍ୱ ଦିଆଯାଇଛି । ମା’ ବୁଢ଼ୀଠାକୁରାଣୀ ବ୍ରହ୍ମପୁର ତାରାତାରିଣୀ, ଭୈରବୀ, ମହୁରୀ କାଳୁଆ, ବାଙ୍କେଶ୍ଵରୀ, ସିଂହାସନି, ସାଙ୍କୁଳାଇ, ମହାମାୟୀ, ଖମ୍ବେଶ୍ୱରୀ, ସାଉଁଳାଇ, ବୁଡ଼ାକେନ୍ଦୁ ଓ ବିଦେଶୀ କୁଣ୍ଡରେ ଏହା ଅର୍ପଣ କରାଯିବ ବୋଲି ସୂଚନା ମିଳିଛି । ଏହି ଅବସରରେ ତାରାତାରିଣୀ ପୀଠରେ ପ୍ରଭୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଅଙ୍ଗ ଲାଗି ପାଟ, ମହାପ୍ରସାଦ ଓ ଛଡାତୁଳସୀ ପ୍ରଦାନ ବେଳେ ଗଂଜାମ ଜିଲ୍ଲାପାଳ ନିଜର ଭକ୍ତି ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା









