ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଅଲ ଓଡିଶା ଅଙ୍ଗନାୱାଡି ଲେଡିକ ୱାକରସ ଆସସିଏସନ, ଭାରତ ମଜୁଦୁର ସଂଘ, ସଂଲଗୁ ଗଜପତି ଜିଲ୍ଲା ଶାଖା ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇ ପରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୪ ଦଫା ଦାବୀ ସମ୍ନୀଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ୫ଶହରୁ ଉର୍ଦ୍ଧ୍ଵ ଅଙ୍ଗନାୱାଡି କର୍ମୀ ଜଗନ୍ନାଥ ମନ୍ଦିର ପରିସରରେ ସମାବେଶ ହୋଇ ସେଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ସଂଘର ସଭାନେତ୍ରୀ ପୁଷ୍ପାଞ୍ଜଳି ପଣ୍ଡା ଓ ସମ୍ପାଦିକା ଅଞ୍ଜଳି ନାୟକଙ୍କ ନେତୃତ୍ୱରେ ଏକ ବିରାଟ ପ୍ରତିବାଦ ସଭା ଅନୁଷ୍ଠିତ କରାଯାଇଥିଲା । ସଂଘର ସଭାନେତ୍ରୀ ପୁଷ୍ପାଞ୍ଜଳି ପଣ୍ଡା ଏବଂ ସମ୍ପାଦିକା ଅଞ୍ଜଳି ନାୟକ ପ୍ରତିବାଦ ସଭାରେ ଦାବି ଗୁଡ଼ିକ ଉପସ୍ଥାପନ କରିଥିଲେ । ମୁଖ୍ୟ ଦାବି ଗୁଡ଼ିକ ହେଲା- ଅଙ୍ଗନାବାଡି ଓ ମୀନି ଅଙ୍ଗନୱାଡି ସହ ସହାୟକା କର୍ମୀମାନଙ୍କୁ ତୁରନ୍ତ ସରକାର କର୍ମଚାରୀ ମାନ୍ୟତା ପ୍ରଦାନ କରାଯାଉ, ନଚେତ୍ ନହେବା ପର୍ଯ୍ୟନ୍ତ ସର୍ବନିମ୍ନ ମାସକୁ ଅଙ୍ଗନାବାଡି ଓ ମୀନି ଅଙ୍ଗନାୱାଡି କର୍ମୀଙ୍କୁ ୧୮ ହଜାର ଟଙ୍କା ଏବଂ ସାହାୟିକାଙ୍କ ପାଇଁ ୯ ହଜାର ଟଙ୍କା ପ୍ରଦାନ କରାଯାଉ । ସୁପ୍ରଭାଇଜର ପଦବୀ ପାଇଁ କେବଳ ଅଙ୍ଗନାୱାଡି କର୍ମୀଙ୍କ ଦ୍ୱାରା ପଦୋନ୍ନତି କରାଯାଉ । ନୂତନ ଖାଦ୍ୟ ତାଲିକାର ମୂଲ୍ୟ ବୃଦ୍ଧି କରାଯାଉ । ଟିଏ-ଡିଏ ଲାଗୁ କରାଯାଉ ଏବଂ ଅଙ୍ଗନାୱାଡି କେନ୍ଦ୍ର ପରିଚାଳନା ପାଇଁ ପ୍ରତେକ ମାସରେ ଘର ଭଡା ପ୍ରଦାନ କରାଯାଉ । କାର୍ଯ୍ୟରତ ସମୟରେ ଦୁଘଟଣା ଜନିତ ମୃତ୍ୟୁ ହେଲେ ୫ ଲକ୍ଷ ଟଙ୍କା ଓ ସାଧାରଣ ମୃତ୍ୟୁ ହେଲେ ୨ ଲକ୍ଷ ଟଙ୍କା ପ୍ରଦାନ କରାଯାଉ । ସେହିପରି ଅନେକ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସମସ୍ତ ଦାବି ଗୁଡ଼ିକ ଆମର ମୌଳିକ ଓ ଯଥାର୍ଥ ଦାବୀ ରହିଛି । ରାଜ୍ୟ ସରକାର ତୁରନ୍ତ ଏହାର ସମାଧାନ କରି ଆମ ପ୍ରତି ସଦୟ ହେବେ, ଏହି ଦାବୀ ଗୁଡିକ ସମ୍ପର୍କରେ ଯଦି କୌଣସି ପଦକ୍ଷେପ ନିଆ ନ ଯାଏ ତା ହେଲେ ଏହାର ପ୍ରତିବାଦରେ ଆଗାମୀ ଦିନରେ କାର୍ଯ୍ୟବନ୍ଧ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
ରିପୋର୍ଟ : କୃଷ୍ଣ କୁମାର ବେହେରା