
ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜସ୍ୱ ବିଭାଗ ଠିକାଦାର ମାନଙ୍କଠାରୁ ରୟାଲିଟି ଓ ମାଇନର ମିନୋରାଲ୍ସ୍ ଆଦାୟର ନିଷ୍ପତ୍ତିକୁ ବିରୋଧ ସହିତ ମୋଟ ୧୦ଦଫାର ଦାବି ନେଇ ଗତି ୧୮ ଦିନ ଧରି ଆନ୍ଦୋଳନକରି ଆସୁଥିବାରୁ ଏବଂ ଜଳେଶ୍ୱର ବିଭାଜନ ସ୍ତରୀୟ ସମସ୍ତ କାର୍ଯ୍ୟାଳୟର ଠିକାଦାର ଏଠାରେ ଯୋଗ ନେଇଥିବାରୁ ସମସ୍ତ କାର୍ଯ୍ୟାଳୟର ଠିକାଦାର ଏଥିରେ ଯୋଗ ନେଇଥିବାରୁ ସମସ୍ତ ନିର୍ମାଣକାର୍ଯ୍ୟ ଠପ୍ ହୋଇ ଯାଇଛି । ବିଭାଗ ଓ ଠିକାଦାର ସଂଘ ଜିଦ୍ରେ ଅଟକ ଥିବାରୁ ପରିସ୍ଥିତି ଜଟିଳ ହୋଇଛି । ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତି ସଚିବ ବି. ବି. ଦାସ ଚିଠି ନଂ ୨୭୦୭୬ ତା ୧୦-୯-୧୯ ଠିକାଦାର ମାନଙ୍କ ଠାରୁ ରୟାଲିଟି ଓ ମାଇନର ମିନେରାଲସ୍ ବାବଦକୁ ନେବାକୁ ନିର୍ଦ୍ଦେଶ ହୋଇଛି । ଏହି ଚିଠି ଜଳ ସଂପଦ କୃଷି, ମତ୍ସ୍ୟ, ଜଂଗଲ ଓ ପରିବେଶ ଗ୍ରାମ୍ୟ ଉନ୍ନୟନ ଏବଂ ସହର ଉନ୍ନୟନ, ପଞ୍ଚାୟତରାଜ, ପୁର୍ତ୍ତ, ଶକ୍ତି, ସମବାୟ ଇତ୍ୟାଦି ବିଭାଗକୁ ନିଆଯାଇଥିବାରୁ ଗ୍ରାମ୍ୟଠାରୁ ସହର ଯାଏ ପ୍ରତି ବିଭାଗର ଉନ୍ନୟନ ଓ ନିର୍ମାଣ କାର୍ଯ୍ୟର ଠିକାଦାର ମୋଟ ବିରୋଧ କରିଛନ୍ତି ଓ ରାଜ୍ୟ ସଂଗଠନ ଡାକରାରେ ଗତ ୧ ତାରିଖରୁ ବିଭିନ୍ନ ବିଭାଗୀୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଆସୁଛନ୍ତି । ଜଳେଶ୍ୱରଠାରେ ଥିବା ବିଭିନ୍ନ ଡିଭିଜନ ଓ ସବ୍ଡିଭିଜନ ସ୍ତରୀୟ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଦୀର୍ଘ ୧୭ଦିନ ଧରି ଅନ୍ଦୋଳନ ଚାଲି ଆସୁଛି । ୨୦୧୪ରେ ସ୍ତ୍ରିୀରିକୃତ ସିଡ୍ୟିଲ ରେଟ୍ରେ ୨୦୧୯ ଭିତ୍ତିରେ ପୁନଃ ଆକଳନ ଭାରତ ସରକାରଙ୍କ ଷ୍ଟାଣ୍ଡାଡ୍ ଡାଟା ବୁକ୍ର ପ୍ରଚଳନ ଭାରତ ସରକାରଙ୍କ ଟେଣ୍ଡର ନିୟମାବଳୀ ପ୍ରଚଳ. ରାଜ୍ୟ ସରକାରଙ୍କ ୧୪.୯୯ ଆଇନ୍ର ପ୍ରତ୍ୟାହାର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରାପ୍ୟ ପ୍ରଦାନ ଶ୍ରମିକ ଓ ଠିକାଦରଙ୍କୁ ପ୍ରାପ୍ୟ ପ୍ରଦାନ, ତେଲେଙ୍ଗାନା ରାଜ୍ୟ ପରି ଜିଏସ୍ଟି ନିମେ;ନ୍ତ ଠିକାଦରଙ୍କୁ ୧୦% ଅଧିକ ଅର୍ଥ ପ୍ରଦାନ ଲାଇସେନ୍ସ କ୍ଷମତା ଅନୁଯାଇ କାର୍ଯ୍ୟାଦେଶ, ପୂର୍ବ ବ୍ୟବସ୍ଥା ଅନୁଯାୟୀ ସଂଚୟପତ୍ର ମାଧ୍ୟମରେ ସିକ୍ୟୁରିଟି ପ୍ରଦାନ ପରିବହନ ବେଳେ ନିର୍ମାଣ ସାମଗ୍ରୀର ଅନୁମତି ପତ୍ର ଓ ରୟାଲିଟି ରସିଦ୍ ଦାଖଲ ନିର୍ଦ୍ଦେଶ ପ୍ରତ୍ୟାହାର ନେଇ ଏହି ଆନ୍ଦୋଳନ ଚାଲି ଆସୁଥିବାର ଆନ୍ଦୋଳନରତ ଠିକାଦାରମାନଙ୍କ ଠାରୁ ପ୍ରକାଶ ।
ରିପୋର୍ଟ : ଭୂପତି କୁମାର ପରିଡ଼ା