

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଆଜି ୧୮ ଦିନରେ ପହଞ୍ଚିଛି । ମା’ଙ୍କ ଯାତ୍ରା ଲାଗି ଛତ୍ରପୁର ସହର ଉତ୍ସବ ମୁଖର ହୋଇପଡିଛି । ସହରର ବିଭିନ୍ନ ସ୍ଥାନରେ କଳାକୁଞ୍ଜ ମାନ ନିର୍ମାଣ ହୋଇଥିବା ବେଳେ କଳା ଦେଖିବା ପାଇଁ ବହୁ ଜନ ସାଧାରଣଙ୍କ ଭିଡ ଜମୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ମୀନାବଜାର ସମେତ ରାମ ଦୋଳି ଆଜି ଠାରୁ ଆରମ୍ଭ ହୋଇଛି । ଏହାକୁ ଛତ୍ରପୁର ଏନଏସି ଅଧ୍ୟକ୍ଷା ଶମିଷ୍ଠା ପ୍ରଧାନ, ଯାତ୍ରା କମିଟିର ମ୍ୟାନଜର କେ. ଚନ୍ଦ୍ର ଶେଖର ରେଡ୍ଡୀ, ଗଞ୍ଜାମ ପୋଲିସ ଜିଲ୍ଲାର ହାବିଲଦାର ଓ କନଷ୍ଟେବଲ ସଂଘର ସଭାପତି ଅଭିମନ୍ୟୁ ଜାଲି ଶୁଭ ଉଦଘାଟନ କରିଥିଲେ l
ରିପୋର୍ଟ : ନିମାଇଁ ଚରଣ ପଣ୍ଡା

