

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ସିଡିଏମଓଙ୍କ ଅଧ୍ୟକ୍ଷତାରେ ଆଜି ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ବିଭିନ୍ନ ସଫଳତା ସଚେତନ ପାଇଁ ଏକ କାର୍ଯ୍ୟକ୍ରମ ଆଇଇସି ହଲରେ ଅନୁଷ୍ଠିତ ହୋଇଥିଲା । ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମ ରେ ଜନ୍ମରୁ ୧୮ ବର୍ଷର ସମସ୍ତ ଶିଶୁଙ୍କୁ ସ୍କାନିଂ କରାଯାଇ ସେଇଥି ମଧ୍ୟରୁ ଜନ୍ମଗତ ତ୍ରୁଟି, ଅଭାବ ଜନିତ ତ୍ରୁଟି, ବିଭିନ୍ନ ରୋଗ ଏବଂ ବିକାଶ ଜନିତ ତ୍ରୁଟିକୁ ଚି଼ହ୍ନଟ କରି ମୋବଇଲ ହେଲଥ ଟିମ ଦ୍ୱାରା ଡିଇଆଇସି ବ୍ରହ୍ମପୁରକୁ ପଠା ଯାଏ । ସେଠି ସେମାନଙ୍କୁ ବିଭିନ୍ନ ଚିକିତ୍ସା ଦ୍ୱାରା ଭଲ କରିବାକୁ ଉଦ୍ୟମ କରାଯାଏ । ଏବେ ସୁଦ୍ଧା ୩୩୬ଟି ଗ୍ରହଣ ଖଣ୍ଡିଆ, ୨୦୪ଟି ବଙ୍କା ପାଦ, ୧୩୬ ଟି ହାର୍ଟରେ ତ୍ରୁଟି । ଏବଂ ୧୧୮ ଟି ଆଖିରେ ପରଳ ଥିବା ଶିଶୁଙ୍କୁ ସଫଳ ଭାବେ ଅପରେସନ କରାଯିବା ସହ ସମୁଦାୟ ୩୮ ପ୍ରକାର ରୋଗର ୧୮୮୨୯ ଜଣ ଶିଶୁଙ୍କୁ ସରକାରଙ୍କ ତରଫରୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଇଛି ବୋଲି ସିଡିଏମଓ ଡାକ୍ତର ବିଜୟ ପାଣିଗ୍ରାହୀ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡିପିଏମ ଶ୍ୟାମ ସୁନ୍ଦର ତ୍ରିପାଠୀ, ଏଡିଏମଓ ଡାକ୍ତର ଜଗଦୀଶ ଅଂଶଗ୍ରହଣ କରିଥିଲେ । ଆରବିଏସକେ ମ୍ୟାନେଜେର ସନ୍ଦୀପ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆରବିଏସକେର ସମସ୍ତ ଆୟୁଷ ଡକ୍ଟର ସଫଳ ଭାବେ ଅପରେସନ ହୋଇଥିବା କିଛି ଶିଶୁ ଓ ଅଭିଭାବକ ଯୋଗ ଦେଇ ଥିଲେ । କିଛି ଅଭିଭାବକ ନିଜର ଅନୁଭୂତି ପ୍ରକାଶ କରିବା ସହ ମାଗଣା ରେ ସବୁ ଚିକିତ୍ସା ପାଇବା ହେତୁ ଅତ୍ୟନ୍ତ ଖୁସି ପ୍ରକାଶ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା
