ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମାନ୍ୟବର ସହକାରୀ ଦୌରାଜଜ୍ ବିନୋଦ ବିହାରୀ ସାହୁ ୨ଟି ପୃଥ୍କ ଘଟଣାର ମୋକର୍ଦ୍ଦମା ବିଚାର କରି ୨ ମୁଦାଲାଙ୍କୁ ଜେଲ ଦଣ୍ଡାଦେଶ ଶୁଣାଣୀ କରିଛନ୍ତି । ଭୋଗରାଇଥାନା ଅନ୍ତର୍ଗତ ମହେଶପୁର ଗ୍ରାମର ଜ୍ଞାନେନ୍ଦ୍ର ସାହୁ ସେହି ଗ୍ରାମର ମହିଳା ବୀଣାପାଣି ଦାସଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏ ସଂପର୍କରେ ଭୋଗରାଇ ଥାନାରେ କେସ୍ ନଂ ୯୩/୧୫ମୂଳେ ଜଳେଶ୍ୱର କୋର୍ଟରେ ବିଚାର ଚାଲିଥିଲା । ମାନ୍ୟବର କୋର୍ଟ ଏହି ମୋକର୍ଦ୍ଦମାର ଅଭିଯୁକ୍ତ ଜ୍ଞାନେନ୍ଦ୍ର ସାହୁଙ୍କୁ ୬ମାସ ଜେଲ୍ଦଣ୍ଡ ସହିତ ୫୦୦ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୧୫ଦିନ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଏହି ଘଟଣାରେ ୮ଜଣ ସାକ୍ଷୀ ବୟାନ ଦେଇଥିଲେ । ଅନ୍ୟ ଏକ ଘଟଣାରେ ରାଇବଣିଆ ଥାନା ଅନ୍ତର୍ଗତ ଡେମ୍ବୁରୁମଣି ଗ୍ରାମର ଭୀମ ହେମ୍ବ୍ରମଙ୍କୁ ଉକ୍ତ ଗ୍ରାମର ଯୋଗେନ୍ଦ୍ର ହେମ୍ବ୍ରମ ତୀରମାଡ କରି ହତ୍ୟା ଉଦ୍ୟମ କରିଥିଲେ । ଆହତ ଭୀମ ହେମ୍ବ୍ରମଙ୍କ ଭାଇ ମିର୍ଜା ହେମ୍ବ୍ରମ ରାଇବଣିଆ ଥାନାରେ ଅଭିଯୋଗ କରିବାପରେ କେସ୍ ନଂ ୪୮/୧୭ ମୂଳେ ମୋକଦ୍ଦମାର ଶୁଣାଣି କରି ଅଭିଯୁକ୍ତ ଯୋଗେନ୍ଦ୍ର ହେମ୍ବ୍ରମଙ୍କୁ ୧ବର୍ଷ ଜେଲ ଦଣ୍ଡ ସହ ୧ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ୧ମାସ ଅଧିକ ଜେଲ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ମୋକଦ୍ଦମାକୁ ସରକାରଙ୍କ ତରଫରୁ ଏଡିସନାଲ ପିପି ନିତ୍ୟଗୋପାଳ ଦାସ ପରିଚାଳନା କରୁଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡ଼ା