

ରାୟଗଡ଼ା (ସମୃଦ୍ଧ ଓଡିଶା) ଜାଲ ନୋଟ୍ କାରବାର ଅଭିଯୋଗରେ ରାୟଗଡା ଜିଲ୍ଲା ଟିକିରି ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ୍ କରିଛି । ଗିରଫ୍ ଅଭିଯୁକ୍ତ ହେଲେ ଟିକିରି ଥାନା ଅନ୍ତର୍ଗତ ହରିଜନ ସାହିର ଦେବଜୋହାନ୍ ନାୟକ । ତା ଠାରୁ ପୋଲିସ ୧୧୫ଟି ଜାଲ୍ ୨ହଜାର ଟଙ୍କାର ନୋଟ୍ ଜବତ କରିଛି । ଦୀର୍ଘ ଦିନ ହେବ ଦେବଜୋହାନ୍ ଜାଲ୍ ନୋଟ୍ ନିଜ ପାଖରେ ରଖି ବିଭିନ୍ନ ହାଟ ବଜାରରେ ଛାଡୁଥିଲା । ତେବେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଦେବଜୋହାନ୍ ର ଘରେ ଚଢାଉ କରି ୨ଲକ୍ଷ ୩୦ ଟଙ୍କାର ଜାଲ୍ ନୋଟ୍ ଜବତ କରିଛି । ଏହି ଜାଲ୍ ନୋଟ୍ କାରବାରରେ ଆଉ କାହାର ସଂପୃକ୍ତି ରହିଛି ନାନାହିଁ ତାକୁ ନେଇ ପୁଲିସ ଖୋଳତାଢ ଆରମ୍ଭ କରିଛି । ଆଜି ଗିରଫ୍ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ