୨୦୧୯ର ଓଡ଼ିଶା ନିର୍ବାଚନ ତାଲିକା:କେଉଁ ତାରିଖରେ କେଉଁ ଆସନରେ ହେବ ନିର୍ବାଚନ…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ଭାରତୀୟ ନିର୍ବାଚନ ଆୟୋଗ ଆଗାମୀ ୨୦୧୯ ଲୋକସଭା ନିର୍ବାଚନ ସହିତ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା ଏବଂ ସିକ୍କିମ ବିଧାନସଭା ନିର୍ବାଚନ ପାଇଁ ମତଦାନ ଏବଂ ଫଳାଫଳ ତାରିଖ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଆରୋରା ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ତାରିଖ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ଏପ୍ରିଲ ୧୧ ତାରିଖ ଠାରୁ ମେ ୧୯ ତାରିଖ ପର୍ଯ୍ୟନ୍ତ ସାଧାରଣ ନିର୍ବାଚନ ମୋଟ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଏବଂ ଫଳାଫଳ ମେ ୨୩ ତାରିଖରେ ପ୍ରକାଶ ପାଇବ । ୫୪୩ଟି ଲୋକସଭା ଆସନ ମଧ୍ୟରୁ ୧୧ ଏପ୍ରିଲ ୧ମ ପର୍ଯ୍ୟାୟରେ ୯୧ଟି ଆସନ, ୨ୟ ପର୍ଯ୍ୟାୟ ୧୮ ଏପ୍ରିଲରେ ୯୭ଟି ଆସନ, ୩ୟ ପର୍ଯ୍ୟାୟ ୨୩ ଏପ୍ରିଲରେ ୧୧୫ଟି ଆସନ, ୪ର୍ଥ ପର୍ଯ୍ୟାୟ ୨୯ ଏପ୍ରିଲରେ ୭୧ଟି ଆସନ, ୫ମ ପର୍ଯ୍ୟାୟ ମେ ୬ରେ ୫୧ଟି ଆସନ, ୬ଷ୍ଠ ପର୍ଯ୍ୟାୟ ମେ ୧୨ ତାରିଖ ୫୯ଟି ଆସନ ଏବଂ ଶେଷ ତଥା ସପ୍ତମ ପର୍ଯ୍ୟାୟ ଅର୍ଥାତ ମେ ୧୯ ତାରିଖରେ ୫୯ଟି ଆସନ ପାଇଁ ମତଦାନ ହେବ ବୋଲି ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି । ନିର୍ବାଚନ ପାଇଁ ଆସନ୍ତା ୧୮ ତାରିଖରେ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ ୨୫ ତାରିଖ ରଖାଯାଇଥିବା ବେଳେ ୨୬ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ସେହିପରି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ୨୮ ମାର୍ଚ୍ଚ ରଖାଯାଇଛି । ଏପ୍ରିଲ୧୧ ତାରିଖ ଠାରୁ ମତଦାନ ଆରମ୍ଭ ହେବ । ମତଦାନ ପାଇଁ ବହୁସଂଖ୍ୟାରେ ମତଦାତା ଆଗେଇ ଆସିବା ଏବଂ ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସୁଦୃଢ଼ କରିବା ଲାଗି ନିର୍ବାଚନ ଆୟୋଗ ଆହ୍ୱାନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୨୦ଟି ରାଜ୍ୟର ୫୧ଟି, ଦ୍ୱିତୀୟ ପର୍ଯ୍ୟାୟରେ ୧୩ଟି ରାଜ୍ୟର ୯୭ଟି, ତୃତୀୟ ପର୍ଯ୍ୟାୟରେ ୧୪ଟି ରାଜ୍ୟର ୧୧୫ଟି, ଚତୁର୍ଥ ପର୍ଯ୍ୟାୟରେ ୯ଟି ରାଜ୍ୟର ୭୧ଟି, ପଞ୍ଚମ ପର୍ଯ୍ୟାୟରେ ୭ଟି ରାଜ୍ୟର ୫୧ଟି, ଷଷ୍ଠ ପର୍ଯ୍ୟାୟରେ ୭ଟି ରାଜ୍ୟର ୫୯ଟି ଏବଂ ସପ୍ତମ ପର୍ଯ୍ୟାୟରେ ୮ଟି ରାଜ୍ୟର ୫୯ଟି ସଂସଦୀୟ କ୍ଷେତ୍ର ପାଇଁ ମତଦାନ ଅନୁଷ୍ଠିତ ହେବ ।

ସେହିପରି ଓଡିଶାରେ ୪ଟି ପର୍ଯ୍ୟାୟରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକସଙ୍ଗରେ ଅନୁଷ୍ଠିତ ହେବ।

ଏପ୍ରିଲ ୧୧ରେ ୪ଟି – କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଏବଂ କୋରାପୁଟ
ଏପ୍ରିଲ ୧୮ରେ ୫ଟି – ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଏବଂ ଆସ୍କା
ଏପ୍ରିଲ ୨୩ରେ ୬ଟି – ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ ଏବଂ ଭୁନେଶ୍ୱର
ଏବଂ ଏପ୍ରିଲ ୨୯ରେ ୬ଟି – ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର
ଲୋକସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେବ ।

ସେହିପରି ବିଧାନସଭାପାଇଁ ନିମ୍ନଲିଖିତ ଆସନ ଗୁଡ଼ିକ ପାଇଁ ତାରିଖ ଘୋଷଣା

ଏପ୍ରିଲ ୧୧ରେ ୨୮ ଟି : ନୂଆପଡା, ଖରିଆର, ଲାଂଜିଗଡ, ଜୁନାଗଡ, ଧର୍ମଗଡ, ଭବାନୀପାଟଣା, ନର୍ଲା, ଉମରକୋଟ୍, ଝରିଗାଁ, ନବରଙ୍ଗପୁର, ଡାବୁଗାଁ , କୋଟପାଡ, ମାଲକାନଗିରି, ଚିତ୍ରକୋଣ୍ଡା, ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି, ଗୁଣପୁର, ବିଷମକଟକ, ରାୟଗଡା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟାଙ୍ଗି

ଏପ୍ରିଲ ୧୮ରେ ୩୫ ଟି : ପଦ୍ମପୁର, ବିଜେପୁର, ବରଗଡ, ଅତାବିରା, ଭଟଲି, ବ୍ରଜରାଜନଗର , ଝାରସୁଗୁଡା, ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲି, ରାଉରକେଲା, ରାଜଗାଙ୍ଗପୁର, ବଣାଇଁ, ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ, ବଲାଙ୍ଗୀର, ଟିଟିଲାଗଡ, କଣ୍ଟାବାଞ୍ଝି, ବାଲିଗୁଡା, ଜି.ଉଦୟଗିରି, ଫୁଲବାଣୀ, କଂଟାମାଳ, ବୌଦ୍ଧ, ଦଶପଲ୍ଲା, ଭଞ୍ଜନଗର,ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ୍, ଆସ୍କା, ସୋରଡା, ସାନଖେମୁଣ୍ଡି , ହିଞ୍ଜିଳି

ଏପ୍ରିଲ ୨୩ ରେ ୪୨ ଟି : କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢାଖୋଲ, ଦେଓଗଡ଼, ଛେଣ୍ଡିପଦା, ଆଠମଲ୍ଲିକ,ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ,ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର, ନୟାଗଡ,ବଡମ୍ବା, ବାଙ୍କି, ଆଠଗଡ, ବାରବାଟୀ-କଟକ, ଚୌଦ୍ୱାର-କଟକ, କଟକ ସଦର, ଖଣ୍ଡପଡା, ଜୟଦେବ, ଭୁବନେଶ୍ୱର ସେଂଟ୍ରାଲ(ମଧ୍ୟ), ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା

ଏପ୍ରିଲ ୨୯ ରେ ୪୨ ଟି : ଯଶିପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷି, ଉଦଳା, ବାରିପଦା, ମୋରଡା, ବିଂଝାରପୁର, ବରୀ, ବଡଚଣା, ଧର୍ମଶାଳା, ଯାଜପୁର, କୋରେଇ, ସୁକିନ୍ଦା, ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡା, ଆଳି, ରାଜନଗର, ମହାକାଳପଡା, ନିଆଳି, ପାରାଦୀପ, ତିର୍ତ୍ତୋଲ, ବାଲିକୁଦ-ଏରସମା, ଜଗତସିଂହପୁର, କାକଟପୁର, ନିମାପଡା, ବଡସାହି, ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ୱର, ରେମୁଣା, ନୀଳଗିରି, ସୋର, ସିମୁଳିଆ, ଭଣ୍ଡାରିପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର, ଚାନ୍ଦବାଲି

ରିପୋର୍ଟ : ସୁଧାଂଶୁ ଶେଖର