
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ୨୩ଟି ଧର୍ମୀୟ ଅନୁଷ୍ଠାନକୁ ୨୩ କୋଟି ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟର ୨୩ଟି ଧର୍ମୀୟ ଅନୁଷ୍ଠାନ ପାଇଁ ୨୩ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତିଟି ଅନୁଷ୍ଠାନ ପାଇଁ ୧ କୋଟି ଟଙ୍କାର ଅନୁଦାନ ଘୋଷଣା କରାଯାଇଛି । ୨୩ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଯେଉଁଥିରେ ଭଦ୍ରକର ମା’ ଭଦ୍ରକାଳୀ ମନ୍ଦିର, ବରଗଡ଼ର ଶ୍ରୀ ନୃସିଂହନାଥ ମନ୍ଦିର, ବଲାଙ୍ଗିରର ହରିଶଙ୍କର, ବୌଦ୍ଧର ଜଗନ୍ନାଥ ମନ୍ଦିର, ଢେଙ୍କାନାଳର କପିଳାସ ପୀଠ, ଜଗତସିଂହପୁରର ମା’ ଶାରଳା ପୀଠ, ଯାଜପୁରର ମା’ ବିରଜା ପୀଠ, କେନ୍ଦୁଝରର ପ୍ରଭୁ ବଳଦେବ ଜୀଉ ମନ୍ଦିର, କୋରାପୁଟର ଶ୍ରୀ ଗୁପ୍ତେଶ୍ୱର ମନ୍ଦିର ଏବଂ ନବରଙ୍ଗପୁର ପାପଡ଼ାହାଣ୍ଡିର ନୀଳକଣ୍ଠେଶ୍ୱର ଏଭଳି ମୋଟ ୧୦ଟି ମନ୍ଦିର ରହିଛି । ଏହାସହ ଚର୍ଚ୍ଚ, ମସ୍ଜିଦ୍ ଓ ଗୁରୁଦ୍ୱାରା ମଧ୍ୟ ସାମିଲ ଅଛି ।
ରିପୋର୍ଟ : ଆକାଶ ମିଶ୍ର

