
ଭଞ୍ଜନଗର (ସମୃଦ୍ଧ ଓଡିଶା) କୋରନା ମାହାମରୀ ପାଇଁ ସରକାର ବିଭିନ୍ନ ନିଶାଦ୍ରବ୍ୟ ବିକ୍ରି ଓ ପ୍ରସ୍ତୁତି ଉପରେ ରୋକ ଲଗାଇଛନ୍ତି । ହେଲେ କିଛି ଅଶାଧୁ ବ୍ୟବସାୟୀ ଖୁଲମଖୁଲା ଏହି ନିୟମର ଉଲଂଘନ କରି ଗୁଟଖା ଓ ଖଇନି ବିକ୍ରି କରୁଥିବା ବାରମ୍ବାର ଅଭିଯୋଗ ଆସୁଛି । ସେହିପରି ଏଭଳି ଏକ ବେଆଇନ ଭାବେ ପ୍ରସ୍ତୁତ ହେଉଥିବା ନିଶାଦ୍ରବ୍ୟ ଉପରେ କଟକଣା ଲଗାଇବା ପାଇଁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ତତ୍ୟବୋଧ୍ୟାନରେ ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାସ ନେତୃତ୍ୱରେ ଥାନା ଇଲାକାର ବାଲିସାହି ଓ ବାଘୁଆପଲିରେ ୨ଟି କାରଖାନା ଓ ୩ଟି ଗୋଦାମ ଉପରେ ଚଢ଼ାଉ କରାଯାଇଛି । ଚଢ଼ାଉ ସମୟରେ ପୋଲିସ ହଜାରେ ପ୍ୟାକେଟରୁ ଅଧିକ ଖଇନି ଓ କଞ୍ଚାମାଲ ଏବଂ ଖଇନି ପ୍ରସ୍ତୁତ କରିବା ପାଇଁ ବ୍ୟବହାର ହେଉଥିବା ବିଭିନ୍ନ ଯନ୍ତ୍ର ଜବତ କରିଛି । ଜବତ ହୋଇଥିବା ନିଶାଦ୍ରବ୍ୟର ମୂଲ୍ୟ ଆନୁମାନିକ ୨୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଏ ନେଇ ଗାଙ୍ଗପୁର ଥାନାରେ ଦୁଇଟି ମାମଲା ରୁଜୁ ହେବା ସହ ୩ ଜଣଙ୍କୁ ଗିରଫ କରାଯାଇଛି ଓ ଏଥିରେ ଜଡିତ ଥିବା ଅନ୍ୟ ୨ ଜଣ ଫେରାର ଅଛନ୍ତି ବୋଲି କୁହାଯାଇଛି ।
ରିପୋର୍ଟ : ନିଲୁ ବିଷୋୟୀ
