

ବୁଗୁଡ଼ା (ସମୃଦ୍ଧ ଓଡିଶା) ବୁଗୁଡା ବ୍ଲକ ଅନ୍ତର୍ଗତ ବୁଦ୍ଧଗିରି ବିଦ୍ୟାପୀଠ ପରିସରରେ ଗଞ୍ଜାମଜିଲ୍ଲା ଶିକ୍ଷା ବିଭାଗ ଦ୍ଵାରା ଆୟୋଜିତ ୨୬ତମ ଜିଲ୍ଲା ସ୍ତରୀୟ ଭାରତୀୟ ସ୍କାଉଟ ଗାଇଡ଼ର ଏକ ବିରାଟ ଶୋଭାଯାତ୍ରା/ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ଉଦଘାଟନ ଉତ୍ସଵରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି ବିଦ୍ୟାର୍ଥୀମାନେ ଭବିଷ୍ୟତରେ ଜଣେ ଜଣେ ସୁଦକ୍ଷ ସୈନିକ ହେବା ପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ଡ଼ଃ ସୁନୀଲ କଟା ବ୍ରହ୍ମପୁର ବଡ ମେଡିକଲ ଡା ଇବେଟି ସ୍ପେସିଲିଷ୍ଟ, ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ବ୍ରହ୍ମପୁର ଜିଲ୍ଳା ଶିକ୍ଷା ଅଧିକାରୀ ସନାତନ ପଣ୍ଡା, ଛତ୍ରପୁରର ବିଇଓ ଅଭିନାଶ ଶତପଥୀ, ବୁଗୁଡା ବ୍ଲକ ଅଧ୍ୟକ୍ଷାଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଓ ଗଞ୍ଜାମ ଜିଲ୍ଲାରୁ ୮୦୦ରୁ ଉର୍ଦ୍ଧ ସ୍କାଉଟ ଗାଇଡ଼ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା






