୨୮ ରୁ ଆରମ୍ଭ ହେବ ତୋଷାଳି ହସ୍ତତନ୍ତ ମେଳା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଜି ତ୍ରୟୋଦଶ ତୋଷାଳି ଜାତୀୟ କ୍ରାଫ୍ଟସ ମେଳାର ଶୁଭାରମ୍ଭ ହେବ । ରାଜ୍ୟ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଏହି ମେଳାର ଉଦଘାଟନ କରିବେ । ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ କୁମାର ମହାନ୍ତି, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ମେଳା ନିମନ୍ତେ ବିଭାଗ ତରଫରୁ ୩କୋଟି ୪୬ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି । ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଥିବା ଏହି ମେଳାରେ ଓଡ଼ିଶା ସମେତ ୨୫ଟି ରାଜ୍ୟରୁ ୩୫୦ରୁ ଉଦ୍ଧ୍ୱର୍ କାରିଗର ଓ ବୁଣାକାର ଅଂଶଗ୍ରହଣ କରିବେ । ଚଳିତ ବର୍ଷ ତନ୍ତୁକୃତି ପରିକଳ୍ପନା ଆଧାରରେ ଥିମ ପ୍ୟାଭିଲିୟନର ଓ ସମଗ୍ର ମେଳା ପରିସରକୁ ସାଜସଜ୍ଜା କରାଯିବ । ମେଳାରେ ସମୁଦାୟ ୩୮୦ଟି ଷ୍ଟଲ ଖୋଲାଯିବ । ୧୭ଦିନ ବ୍ୟାପୀ ଏହି ମେଳା ପ୍ରତ୍ୟହ ୨ଟାରୁ ରାତି ୯.୩୦ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ବିଭାଗୀୟ କମିଶନର ତଥା ଶାସନ ସଚିବ ଶୁଭା ଶର୍ମା ସୂଚନା ଦେଇଛନ୍ତି ।

ରିପୋର୍ଟ : ଆକାଶ ମିଶ୍ର