

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପେଷା ସାମ୍ବାଦିକତା, ହେଲେ ନିଶା କିନ୍ତୁ ସମାଜସେବା । ସାମ୍ବାଦିକତା ସହ ସମାଜସେବୀ ଭାବେ ଦକ୍ଷିଣ ଓଡ଼ିଶାରେ ବେଶ ପରିଚିତ ଥିବା ଶକ୍ତିଧର ରାଜଗୁରୁ ୨୯ ଥର ରକ୍ତ ଦାନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ହୋଇଯାଇଛନ୍ତି । ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଗୁଡିକରେ ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରିଛନ୍ତି ସେ ବେଶ ପ୍ରଶଂସନୀୟ ହୋଇଛନ୍ତି । ସେହିଭଳି ବ୍ରହ୍ମପୁରର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଫ୍ରେଣ୍ଡସ ୱେଲଫେୟାର କ୍ଲବର ସଭାପତି ଏ ଲକ୍ଷ୍ମୀ ନାରାୟଣା (ବାବୁ)୩୨ଥର ରକ୍ତଦାନ କରିବା ସହ ପ୍ରତେକ ବର୍ଷ ଗୋଟିଏ ଦୁଇଟି ରକ୍ତ ଦାନ ଶିବିର କରି ବେଶ ସୁନାମ ଅର୍ଜନ କରିଆସୁଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା