୩ ଦଫା ଦାବି ନେଇ ଧାରଣାରେ ବସିଲେ ମେଡିକାଲ ଛାତ୍ର ସଂଘ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ତିନି ଦଫା ଦାବି ନେଇ ବ୍ରହ୍ମପୁର ଏମକେସିଜି ମେଡିକାଲ ଡାକ୍ତରୀ ଛାତ୍ର, ଡାକ୍ତର ସଂଘ ଓ ହାଉସ ସର୍ଜନ ସଂଘ ପକ୍ଷରୁ ଧାରଣା ଦିଆଯାଇଥିବା ଜଣାଯାଇଛି । ବାହାର ରାଜ୍ୟର ଡାକ୍ତରଙ୍କୁ ଓଡିଶା ପବ୍ଲିକ ସର୍ଭିସ କମିଶନ(ଓପିଏସସି) ପରୀକ୍ଷା ରେ ସୁଯୋଗ ଦେବାକୁ ବିରୋଧ କରି ଆଜି ଏମକେସିଜି ମେଡିକାଲ ଡାକ୍ତରୀ ଛାତ୍ର, ଜୁନିୟର ଡାକ୍ତର ସଂଘ ଓ ହାଉସ ସର୍ଜନ ସଂଘ ପକ୍ଷରୁ ଧାରଣା ଦିଆଯାଇଥିଲା । ୧୯/୦୨/୨୧ ତାରିଖରେ ରାଜ୍ୟ ସରକାରଙ୍କ ଡ଼ାକ୍ଟର ନିଯୁକ୍ତି ଆସିଥିବା ବିଜ୍ଞପ୍ତି ବିରୋଧୀରେ ଡ଼ାକ୍ଟର ମାନେ ସେମାନଙ୍କ ଅଶ୍ରମତି ପ୍ରକାଶ କରି ଧାରଣା ପ୍ରଦର୍ଶନ କରିଛନ୍ତି । ଏହି ବିଜ୍ଞପ୍ତି ଅନୁସାରେ ଅଣଓଡ଼ିଆ ଡାକ୍ତର ମାନେ ଅପିଏସ୍ ସି ପରୀକ୍ଷା ମାଧ୍ୟମରେ ରାଜ୍ୟରେ ନିଯୁକ୍ତି ଦେଇ ପାରିବେ । ଏହି ଭଳି ନିଷ୍ପତ୍ତିକୁ ବିରୋଧ କରିଛି ଡାକ୍ତରି ସଙ୍ଘ । ରାଜ୍ୟରେ ସରକାରୀ ଡାକ୍ତରୀ ପଦବୀ ସୀମିତ ଥିବା ବେଳେ ବହୁ ଏମବିବିଏସ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଚାକିରୀ ପାଇବାରୁ ବଞ୍ଚିତ ହେଇଛନ୍ତି । ଗତ ବର୍ଷ କରୋନା ସମୟରେ ଡାକ୍ତର ଅଭାବ ଦେଖାଦେଇଥିବା ବେଳେ ରାଜ୍ୟ ସରକାରଙ୍କ ଗୁମର ପଦାରେ ପଡିଥିଲା । ଏଣୁ ତାହାକୁ ଲୁଚାଇବାକୁ ରାଜ୍ୟ ସରକାର ଡାକ୍ତର ନିଯୁକ୍ତି ନାଁରେ ବାହାର ରାଜ୍ୟର ଡାକ୍ତର ମାନଙ୍କୁ ଓଡିଶା ପବ୍ଲିକ ସର୍ଭିସ କମିଶନ ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ବ୍ୟବସ୍ଥା କରିଛନ୍ତି । ଏହାକୁ ତୀବ୍ର ବିରୋଧ କରିଛନ୍ତି ବିଭିନ୍ନ ଡାକ୍ତରୀ ସଂଗଠନ । ଯଦି ଆଗାମୀ ଦିନରେ ସେମାନଙ୍କର ଦାବି ପୁରଣ ନହୁଏ ତେବେ କୋଠର ପଦକ୍ଷେପ ନିଆଯିବ ବୋଲି ବିଭିନ୍ନ ଡାକ୍ତରୀ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ଏଥିରେ ଜେଡ଼ିଏର ସଭାପତି ଡ଼ା. ଚରଣ କିସକୁ, ସମ୍ପାଦକ ଡ଼ଃ. ଶ୍ୟାମଳେନ୍ଦୁ ମିଶ୍ର, ସୁର୍ଗେଓଂ ସଭାପତି ଡ଼ା. ପାର୍ଥ ସାରଥୀ ବେହେରା, ସମ୍ପାଦକ ଡ଼ା. ଦେବାଶିଷ ପଣ୍ଡା, ୟୁ ଜି ଷ୍ଟୁଡେଣ୍ଟ ସଭାପତି ଆସୁତୋଷ ପତି, ସମ୍ପାଦକ ସିଦ୍ଧାର୍ଥ ଟପ୍ପୋଙ୍କ ସମେତ ବହୁତ ଡାକ୍ତରୀ ଛାତ୍ର ଉପସ୍ଥିତ ରହି ପ୍ରତିବାଦ କରିଥିଲେ ।