ଜଳେଶ୍ୱର (ସମୃଦ୍ଧ ଓଡିଶା) ଉତ୍ତର ବାଲେଶ୍ୱରର ଲାଇଫ ଲାଇନ୍ ଭାବେ ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାରେ ସଂଧ୍ୟା ୮ଟାରୁ ସକାଳ ୬ ପର୍ଯ୍ୟନ୍ତ ଦୀର୍ଘ ୧୦ଘଣ୍ଟା ଧରି ଯାତାୟାତ ବନ୍ଦ ହେବ ବୋଲି ଜଣାଯାଇଛି । ଜଳେଶ୍ୱରରୁ ଚନଦନେଶ୍ୱର ଗଲାବେଳେ ନୂଆବଜାର ରେଳ ଫାଟକ ଦୀର୍ଘବର୍ଷ ଧରି ପ୍ରତିବନ୍ଧକ ସୃଷ୍ଟି କରିଆସିଛି । ଏହାର ସମାଧାନ ପାଇଁ ରେଳ ଓଭରବ୍ରିଜ କାମ ଆରମ୍ଭ ହୋଇଥିବା ବେଳେ ରେଳ ଫାଟକରେ ବାରମ୍ବାର ଯାନ୍ତ୍ରୀକ ତ୍ରୁଟି ହେଖା ଦେଉଛି । ଫଳରେ ବହୁ ସମୟରେ ଗେଟ୍ ବନ୍ଦ କରି ରେଳକର୍ମଚାରୀମାନେ ମରାମତି କାମ କରୁଥିବାରୁ ଯାତ୍ରୀମାନଙ୍କୁ ଘଣ୍ଟା ଘଣ୍ଟା ଧରି ଖରାବର୍ଷାରେ ଅପେକ୍ଷା କରିବାକୁ ପଡିଥାଏ । ଉକ୍ତ ରାସ୍ତାରେ ବହୁ ସଂଖ୍ୟାରେ ରେଳଗାଡି ଯିବା ଆସିବା କରିବା ଫଳରେ ୨୪ ଘଣ୍ଟାରେ ପ୍ରାୟ ୧୨୩ରୁ ଉଦ୍ଧ୍ୱର୍ ଯାତ୍ରୀବାହି ଓ ମାଲଗାଡି ଚଳାଚଳ କରୁଥିବାରୁ ଦୀଘସମୟ ଗେଟ୍ ବନ୍ଦ ରହୁଛି । ଫଳରେ ଅତିଜରୁରୀ କାଳୀନ ଦମକଳ, ଆମ୍ବୁଲାନ୍ସ ଓ ପୁଲିସ୍ ପେଟ୍ରୋଲିଂ ଭଳି ସେବା ବହୁ ମାତ୍ରାରେ ବାଧାପ୍ରାପ୍ତ ହୋଇଥାଏ । ଆଜି ରେକ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଆସନ୍ତା ଅଗଷ୍ଟ ୩୦ ତାରିଖରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସଂଧ୍ୟା ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ୧୦ ଘଣ୍ଟା ଗେଟଟିକୁ ସଂପୂର୍ଣ୍ଣ ବନ୍ଦକରାଯିବ । ଫଳରେ ସାଧାରଣ ଯାତ୍ରୀ, ବ୍ୟବୟାୟୀ ବହୁ ସମସ୍ୟାର ସମ୍ମୁଖୀନ ହେବେ ବୋଲି ଜଳେଶ୍ୱର ରେଳ ୟୁଜର୍ସ କମିଟି, ସମାଜ କଲ୍ୟାଣ ବିକାଶ ପରିଷଦ, ଜଳେଶ୍ୱର ଯୁବ ମଂଚ, ଓଡିଶା କୃଷକ ସଭା, ଜଳେଶ୍ୱର ବଣିକ ସଂଘ ର କର୍ମକର୍ତ୍ତାମାନେ ଆସନ୍ତାବ୍ୟକ୍ତ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା