

ବାଲିଅନ୍ତା(ସମୃଦ୍ଧ ଓଡିଶା)ଆଗାମୀ ସାଧାରଣ ନିର୍ବାଚନ ନେଇ ଜୟଦେବ ନିର୍ବାଚନମଣ୍ଡଳୀରେ ଏବେ ଶାସକ ବିଜେଡି ଦଳର ସାଂଗଠନିକ କାର୍ଯ୍ୟ ପ୍ରକ୍ରିୟା, ଜନସମ୍ପର୍କ ଅଭିଯାନ ଏବଂ କର୍ମୀ ବିରୋଧୀ ରାଜନୈତିକ ଗୋଷ୍ଠୀଙ୍କ ପାଇଁ ଏବେ ଚିନ୍ତାର କାରଣ ହୋଇଛି l ଆଜି ପଦଯାତ୍ରାରେ ୩ଟିଯାକ ପଞ୍ଚାୟତରେ ପ୍ରାୟ ୪ ହଜାର କର୍ମୀ, ସମର୍ଥକ, ମହିଳାମଣ୍ଡଳ ସଦସ୍ୟ ଯୋଗ ଦେଇଥିବା ସୂଚନା ମିଳିଛି l ଆଜି ବାଲିଅନ୍ତା ବ୍ଲକର ୩ଟି ପଞ୍ଚାୟତ ଯଥାକ୍ରମେ – ଜୟଦେବ ପଞ୍ଚାୟତ, ପ୍ରତାପରୁଦ୍ରପୁର ଏବଂ କାକରୁଦ୍ରପୁର ପଞ୍ଚାୟତ ଅଞ୍ଚଳରେ ବିଜେଡ଼ି ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜୟଦେବ ନିର୍ବାଚନ ମଣ୍ଡଳୀ ମୁଖ୍ୟ ସଂଗଠକ କମଳ କୁମାର ପାତ୍ର, ଶ୍ରୀମୟୀ ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ରୂପଶ୍ରୀ ରାଣୀ ଗୁମାନ ସିଂହ, ଆଇନଜୀନୀ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ କୈଳାଶ ଚନ୍ଦ୍ର ପାତ୍ର ପ୍ରମୁଖ ଜୟଦେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସାରି ପଦଯାତ୍ରାର ଶୁଭାରମ୍ଭ କରିଥିଲେ l ଏହାପରେ ପଦଯାତ୍ରା କେନ୍ଦୁବିଲ୍ଵ, ଦେଉଳି, ମହୁଖଣ୍ଡା, ମୁସଲମାନ ବସ୍ତି ଦେଇ ମିନା ବଜାର ନିକଟରେ ବାହାରିଥିଲା l ଏହାପରେ ପ୍ରତାପରୁଦ୍ରପୁର ପତୁରିଆ ବଜାର, ବିଶରପୁର, ଆଣ୍ଠୁଆରି, ଓଲାରବିନ୍ଧା ଗ୍ରାମ ପରିକ୍ରମା ସାରି ପାରି ବାସୁଦେଇପୁର ଗୋପ ବ୍ରାଞ୍ଚ କେନାଲବନ୍ଧ ଛକ ନିକଟରେ ବାହାରି କୁଳସାହି ଗ୍ରାମ ପରିକ୍ରମା କରିଥିଲା l ଅପରାହ୍ନରେ କାକରୁଦ୍ରପୁର ପଞ୍ଚାୟତର ମାତାମଠ, ମଠ ସାହି, ଜେନା ସାହି ଦେଇ ଖମଙ୍ଗ ବଜାର, ସଠିଲୋ, ଜଗନ୍ନାଥପୁର ଆଦି ଅଞ୍ଚଳରେ ଶୋଭାଯାତ୍ରା ପରିକ୍ରମା କରିଥିଲା l ରାଜ୍ୟ ସରକାରଙ୍କ ଦୀର୍ଘ ବର୍ଷର ଜନ କଲ୍ୟାଣ ଯୋଜନା କାର୍ଯ୍ୟକାରିତା ତଥା ସଫଳତା ସମ୍ପର୍କରେ ଲୋକମାନଙ୍କ ସହିତ ଆଲୋଚନା କରିବା ସହ ବିଭିନ୍ନ ଆଞ୍ଚଳିକ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ l ୧୮ ନମ୍ବର ଜୋନ ଜିଲ୍ଲା ପରିଷଦ ମଙ୍ଗରାଜ ବେହେରାଙ୍କ ସମେତ କୁନମୁନ ଲେଙ୍କା ଏବଂ ଅନ୍ୟ ୪ଟି ଜିଲ୍ଲା ପରିଷଦ ଜୋନର ସଭ୍ୟ/ସଭ୍ୟା, ବ୍ଲକ ଅଧ୍ୟକ୍ଷା ବାସନ୍ତୀ ଖଟୁଆ, ଉପାଧ୍ୟକ୍ଷା ଇତିଶ୍ରୀ ଜେନାଙ୍କୁ ବିଭିନ୍ନ ସ୍ଥାନରେ କର୍ମୀ ଏବଂ ସମର୍ଥକମାନଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା ଅନ୍ୟମାନଙ୍କ ମଧ୍ୟରେ ପ୍ରତାପରୁଦ୍ରପୁର ସରପଞ୍ଚ ଶ୍ରଦ୍ଧେୟା ପାତ୍ର , ସମିତି ସଭ୍ୟ ଉମାରାଣୀ ମହାନ୍ତି,ପୂର୍ବତନ ସରପଞ୍ଚ ମନୋରଞ୍ଜନ ଜେନା,ପୂର୍ବତନ ସରପଞ୍ଚ ମାନସ କୁମାର ନାୟକ, ତପନ ପରିଡା,ନବ କିଶୋର ମଲ୍ଲିକ,ବିଜୟ ମୁଦୁଲି, ବ୍ରହ୍ମଲାଭ ହରିଚନ୍ଦନ ମହାପାତ୍ର,ଲଷ୍ମୀଧର ନାୟକ,ପୁରୋହିତପୁର ସରପଞ୍ଚ ଭଗବାନ ବେହେରା,ବାଲିଅନ୍ତା ବ୍ଲକ ସଭାପତି ପ୍ରଦୀପ୍ତ ଜେନାମଣି, ବାଲିପାଟଣା ସଭାପତି କିଶୋର ଜେନା, ଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ସାମିଲ ହୋଇଥିଲେ ।
ରିପୋର୍ଟ : ରଜତ ମହାପାତ୍ର