

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡ଼ା ସହରରେ ଗତ ୨୦ ତାରିଖରେ ନୂତନ ଭାବେ ଆରମ୍ଭ ହୋଇଥିବା ସାଇ ନୀଳାଦ୍ରି ନାମକ ଏକ ହୋଟେଲର ଲିଫ୍ଟ ଛିଣ୍ଡି ଯାଇଥିଲା । ଏହା ଫଳରେ ତିନି ମହଲାରୁ ଖସି ଦୁଇ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ହୋଇଥିବା ଦୁଇ କର୍ମଚାରୀ ହେଉଛନ୍ତି ୱେଇଟର ଚିତ୍ତ ରଞ୍ଜନ ମହାରଣା ଓ କ୍ୟାପ୍ଟେନ ଏମଡି ସାକ୍ଷୀରୁଦ୍ଦିନ । ଏହି ଦୁଇ କର୍ମଚାରୀ ଦିନ ପ୍ରାୟ ୩ଟା ବେଳେ ମଧ୍ୟାହ୍ନ ଭୋଜନ ପାଇଁ ଲିଫ୍ଟରେ ଯାଉଥିବା ବେଳେ ଲିଫ୍ଟଟି ତୃତୀୟ ମହଲାରୁ ଛିଣ୍ଡି ପଡିଥିଲା । ଯାହା ଫଳରେ ସେମାନେ ଗୁରୁତର ଆହତ ହୋଇଛନ୍ତି । ସେଠାରେ ଉପସ୍ଥିତ ଅନ୍ୟାନ୍ୟ କର୍ମଚାରୀ ଏହି ଦୁଇଜଣଙ୍କୁ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ