ଜଳେଶ୍ୱର (ସମୃଦ୍ଧ ଓଡିଶା) ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଥିବାରୁ ଜିଲା ପ୍ରଶାସନର ନିର୍ଦ୍ଦେଶରେ ଜଳେଶ୍ୱର ତହସିଲଦାର ଅଭିମନ୍ୟୁ ପଣ୍ଡା ଜଳେଶ୍ୱର ବ୍ଲକର ୩୫ ପଂଚାୟତର ପଂଚାୟତ ସଂପ୍ରସାରଣ ଅଧିକାରୀଙ୍କୁ ଡକାଇ ପ୍ରତ୍ୟେକ ପ୍ରଜେକ୍ଟ ରେଜିଷ୍ଟାର ନିରିକ୍ଷଣ କରିଥିଲେ । ସେଥିରେ କୌଣସି ନୂଆ ପ୍ରକଳ୍ପ ପୁରାଇ ନ ପାରିବାରରେ ବ୍ୟବସ୍ଥା ମଧ୍ୟ କରିଥିଲେ । ତେଣୁ ୩୫ଟି ପଞ୍ଚାୟତରୁ ପିଇଓ ମାନେ ଆସି ସେମାନଙ୍କ ପ୍ରଜେକ୍ଟ ରେଜିଷ୍ଟର ଆଣି ତହସିଲଦାରଙ୍କ ଦ୍ୱାରା ପରୀକ୍ଷା ନିରୀକ୍ଷା କରାଇ ନେଇଥିଲେ । ଅନ୍ୟପକ୍ଷରେ ବ୍ଲକ ଅଂଚଳରେ ବିଭିନ୍ନ ସ୍ଥାନରେ ଥିବା ହୋଡିଂ ଓ ରାଜନୈତିକ ବିଜ୍ଞାପନକୁ ଅପସରଣ କରାଇଥିଲେ । ଏତାଦୃଶ କାର୍ଯ୍ୟକଳପକୁ ସାଧାରଣରେ ପ୍ରଶଂସନୀୟ କରାଯାଇଛି । । ସେହିପରି ଜଳେଶ୍ୱର ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ରାଜନୈତିକ ଦଳର ହୋଡିଂ, ବେନର ଇତ୍ୟାଦିକୁ ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଅପସାରଣ କରାଯାଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା