ଜଳେଶ୍ୱର (ସମୃଦ୍ଧ ଓଡିଶା) ପ୍ରସନ୍ନ ପାଳ ଫାଉଣ୍ଡେସନ ପକ୍ଷରୁ ଆଜି ପ୍ରସନ୍ନ ପାଳଙ୍କ ୧୪ତମ ଶ୍ରାଦ୍ଧବାର୍ଷିକୀ ଉତ୍ସବରେ ନିଜଗାଁ ବାଘାବାଳୀଛକଠାରେ ପୂର୍ଣ୍ଣ ଅବୟବ ମୂର୍ତ୍ତୀ ଉନ୍ମୋଚିତ ହୋଇଛି । ଏଥିଲାଗି ସର୍ବସମ୍ମତକ୍ରମେ ୩ଟି ପ୍ରସ୍ତାବ ପାଇଁ ଉପସ୍ଥିତ ୨ ବିଧାୟକ ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି । ଅଭିଭକ୍ତ ଜଳେଶ୍ୱର ବିଧାନସଭା (ଜଳେଶ୍ୱର ଓ ବାଲିଆପାଳ) ବିଧାୟକ ଭାବେ ସ୍ୱର୍ଗତ ପ୍ରସନ୍ନ ପାଳ ୪ର୍ଥ ଥର ନିର୍ବାଚିତ ହୋଇଥିଲେ । ଜଳେଶ୍ୱର, ରାଇବଣିଆ ଓ ବାଲିଆପାଳ ଥାନାର ବିଭିନ୍ନ ଉନ୍ନୟନ କାର୍ଯ୍ୟକରି ସର୍ବଜନାଦୃତ ହୋଇଥିବା ବେଳେ ବିଧେୟକ ଆଲୋଚନାବେଳେ ତାଙ୍କର ଯୁକ୍ତିପାଇଁ ତାଙ୍କୁ ବିଧାନସଭାର ସିଂହ (ଲାୟନ୍ସ) ଭାବେ ଅବିହିତ କରାଯାଇଆସୁଥିଲା । ଜଳେଶ୍ୱର, ରାଇବଣିଆ ଓ ବାଲିଆପାଳ ବିଭିନ୍ନ ସ୍କୁଲ, ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣରେ ସେ ଅଗ୍ରଣୀ ଭୁମୀକା ଗ୍ରହଣ କରିଆସୁଥିଲେ । ବିଧାନସଭାରେ ତାଙ୍କ ଯୁକ୍ତି ଓ ଦାବି ଫଳରେ ସୁବର୍ଣ୍ଣରେଖାର ନଦୀର ପ୍ରଥମ ସେତୁ ରାଜଘାଟଠାରେ ନିର୍ମାଣ ହୋଇଥିଲା । ଫଳରେ ସମଗ୍ର ଉତ୍ତରବାଲେଶ୍ୱର ସହିତ ଜଳେଶ୍ୱର ଓ ମୟୂରଭଂଜର ସଡକପଥର ସଂଯୋଗ ହୋଇପାରିଥô୍ଲା ।େ ଆଜି ତାଙ୍କର ୧୪ତମ ଶ୍ରାଦ୍ଧାବାଷିକୀ ନିଜ ବାସଭବନରେ ହେବାକୁ ଥିବା ବେଳେ ଏହି ଅବସରରେ ତାଙ୍କ ଗାଁ ବାଘାବାଳିଠାରେ ପ୍ରସନ୍ନପାଳ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ପୂର୍ଣ୍ଣଅବୟବ ପ୍ରତିମୂର୍ତ୍ତୀ ଉନ୍ମୋଚିତ ହୋଇଥିଲା । ରାଜ୍ୟର ପୂର୍ବତନ ଉଚ୍ଚଶିକ୍ଷା ଶିିଳ୍ପ ତଥା ବାଲେଶ୍ୱର ଜିଲା ଯୋଜନାବୋର୍ଡ ଅଧ୍ୟକ୍ଷ ଓ ଭୋଗରାଇର ବିଧାୟକ ଅନନ୍ତ କୁମାର ଦାସ ଓ ଜଳେଶ୍ୱର ବିଧାୟକ ଅଶ୍ୱିନୀକୁମାର ପାତ୍ର ଏହାକୁ ଉନ୍ମୋଚିତ କରିଥିଲେ । ଆୟୋଜିତ ସଭାରେ ପ୍ରାଧ୍ୟାପକ ଡ. ଶ୍ରୀକାନ୍ତ ଚରଣ ପାତ୍ର ଅଧ୍ୟକ୍ଷତା କରି ପ୍ରସନ୍ନପାଳଙ୍କ ଦୀଘାଦିନ ନେତୃତ୍ୱ ଓ ଜନସେବା ସଂପର୍କରେ କହିଥିଲେ । ସମ୍ମାନୀତ ଅତିଥିଭାବେ ଅଶ୍ୱିନୀ କୁମାର ପାତ୍ର ଯୋଗ ଦେଇ ସମାଜବାଦ ଆନ୍ଦୋଳନର ଅନ୍ୟତମ ପ୍ରମୁଖ ପ୍ରସନ୍ନପାଳ ଜଣେ ଦକ୍ଷ କର୍ମବିର ଜନସେବୀ, ଅନୁଷ୍ଠାନ ପ୍ରେମୀ, ଜନବତ୍ସଳ ଦରଦୀ କଣିଡ ଥିଲେ ବୋଲି କହିଥିଲେ । ଫକିୀରମୋହନ ବିଶ୍ୱ ବିଦ୍ୟାଳୟର ସିନେଟ ସଦସ୍ୟ ବିପିନ୍ବିହାରୀ ବିଶ୍ୱାଳ, ସୁବର୍ଣ୍ଣଶଅୀ ପ୍ରକାଶନୀର ମୁଖ୍ୟ କାଳିପଦ ପଣ୍ଡା, ସମାଜସେବୀ ଶରତ ଚନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ପା ଳଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ । ବହୁ ପ୍ରସନ୍ନପାଳ ପ୍ରେମ ଆଜିର ବୈଠକରେ ୩ଟି ପ୍ରସ୍ତାବ ଆଗତ କରିଛନ୍ତି । ଫକିର ମୋହନ ବିଶ୍ୱ ବିଦ୍ୟାଳୟରେ ତାଙ୍କ ନାମରେ ଏକ ପୁରସ୍କାର, ତାଙ୍କର ଅନ୍ୟତମ ପ୍ରତିଷ୍ଠାିତ ଜଳେଶ୍ୱର ହାଇସ୍କୁଲ ପରିସରରେ ପ୍ରତିମୂର୍ତ୍ତୀ ଓ ତାଙ୍କ ବାସଘର ସାମ୍ନାରେ ଲମ୍ବିଥିବା ଶାନ୍ତିପୁର ରାସ୍ତା ଓ ଶିଖରପୁର ପୋଲ ତାଙ୍କ ନାମରେ କରାଯାଉ ବୋଲି ଦାବି ହୋଇଛି । ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଏଥିନେଇ ପ୍ରଶାସନର ଦୃଷ୍ଟି ଆକଶର୍ଷଣ କରିଥିବା ବେଳେ ରବିନାରାୟଣ ମିଶ୍ର ବେଦପାଠ ଓ ରାଜପୁର ପଂଚାୟତର ପୂର୍ବତନ ପ୍ରଧାନେ ଶିୀକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ । ଟ୍ରଷ୍ଟର ମୁଖ୍ୟ ତନ୍ମୟନାନନ୍ଦ ପାଳ ଓ ମଳୟାନନ୍ଦନ ପାଳ ସମଗ୍ର କାଯ୍ୟର୍କମ ସଂଚାଳନ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା