୪ଟି ଗୋଡ଼ ଥିବା ନବଜାତକକୁ ଦେଖିବା ପାଇଁ ଡ଼ାକ୍ତରଖାନାରେ ସଂପର୍କୀୟ ଏବଂ ସ୍ଥାନୀୟ ଲୋକଙ୍କ ଭିଡ଼

ଗୋରଖ୍‌ପୁର: ଉତ୍ତରପ୍ରଦେଶର ଗୋରଖ୍‌ପୁରରେ ଏକ ନବଜାତ ଶିଶୁ ଜନ୍ମ ହେବା ପରେ ତାକୁ ଦେଖିବା ପାଇଁ ଏବେ ସ୍ଥାନୀୟ ଲୋକଙ୍କ ସୁଅ ଛୁଟିଛି । ନବଜାତକର ୪ଟି ଗୋଡ଼ ଏବଂ ଦୁଇଟି ଲିଙ୍ଗ ଥିବା କବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।ସୂଚନା ମୁତାବକ, ଗୋରଖ୍‌ପୁରରେ ରହୁଥିବା ଭୁଲନ୍‌ ନିଶାଦଙ୍କ ସ୍ତ୍ରୀ ରମ୍ଭାଙ୍କର ହଠାତ୍‌ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଯାହା ପରେ ତାଙ୍କୁ ତୁରନ୍ତ ସ୍ଥାନୀୟ ଡ଼ାକ୍ତରକାନାକୁ ନିଆଯାଇଥିଲା । ପ୍ରସବ ଠିକ୍‌ ଭାବରେ ହୋଇଥିବା ବେଳେ ନବଜାତକର ୪ଟି ଗୋଡ଼ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଡ଼ାକ୍ତର । ୪ଟି ଗୋଡ଼ ସହ ଦୁଇଟି ଲିଙ୍ଗ ଥିବାରୁ ନବଜାତକର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଥିଲା । ସବୁ ପରିସ୍ଥିତିକୁ ଆଖି ଆଗରେ ରଖି ନବଜାତକୁ ଜିଲ୍ଲା ଡ଼ାକ୍ତରଖାନା ପଠାଇ ଦିଆଯାଇଥିବା ଜଣା ପଡ଼ିଛି । ଅନ୍ୟ ପକ୍ଷରେ ୪ଟି ଗୋଡ଼ ଥିବା ନବଜାତକକୁ ଦେଖିବା ପାଇଁ ଡ଼ାକ୍ତରଖାନାରେ ସଂପର୍କୀୟ ଏବଂ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିବା ଦେଖା ଯାଇଛି ।