
ଆସିକା (ସମୃଦ୍ଧ ଓଡିଶା) ଆସିକା ଟ।ଉନ ହଲ ପରିସରରେ ୪୩ତମ ଗଞ୍ଜ।ମ ଜିଲ୍ଲା ସିନିୟର ବଡିବିଲଡିଙ୍ଗ ଚମ୍ପିୟନସିପି ଗଞ୍ଜ।ମ-ଶ୍ରୀ ୨୦୧୮-୧୯ ପ୍ରତିଯେ।ଗିତା ଅନୁଷ୍ଠିତ ହୋଇଯାଇଛି । ପ୍ର।ଣକୃଷ୍ଣ ସ।ହୁ ଗଞ୍ଜ।ମ ଶ୍ରୀ ଟାଇଟଲ ଓ ଛତ୍ରପୁର ସ୍ଥିତ ମଶଲ୍ ଆଣ୍ଡ ଫିଟ୍ନେସ କ୍ଲବର ପ୍ରତିନିଧିତ୍ୱ କରି ସ୍ୱର୍ଣ୍ଣପଦକ ହ।ସଲ କରିଛନ୍ତି । ପ୍ରତିଯେ।ଗୀଙ୍କ ମଧ୍ୟରେ ୫୫, ୬୦, ୬୫, ୭୦, ୭୫ ଓ ୮୦କେଜି ବର୍ଗରେ ପ୍ରତିଯୋଗିତା ହେ।ଇଥିଲ। । ୫୫ କେଜି ବର୍ଗରେ ର।କେଶ କୁମ।ର ପଣ୍ଡ। ସ୍ୱର୍ଣ୍ଣ, କୁଞ୍ଜ ବିହାରୀ ସାହୁ ରୌପ୍ୟ ଓ ଆକାଶ କୁମାର ନାୟକ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ୬୦ କେଜି ବର୍ଗରେ ଚନ୍ଦନ କୁମାର ସାହୁ ସ୍ୱର୍ଣ୍ଣ, ଶ୍ରୀଧର ପଟ୍ଟନାୟକ ରୌପ୍ୟ, ସାରଥି ବେହେରା ବ୍ରୋଞ୍ଜ, ୬୫ କେଡି ବର୍ଗରେ ଜଲାଲ ଖାନ ସ୍ୱର୍ଣ୍ଣ, ମେଘନାଦ ବେହେରା ରୌପ୍ୟ, ରଶ୍ମିରଞ୍ଜନ ବେହେରା ବ୍ରୋଞ୍ଜ ଓ ୭୦ କେଜି ବର୍ଗରେ ବିକାଶ ବେହେରା ସ୍ୱର୍ଣ୍ଣ, ଜଗନ୍ନାଥ ମହାପାତ୍ର ରୌପ୍ୟ ଓ ଜୟରାମ ନାହାକ ବ୍ରୋଞ୍ଜ, ୭୫କେଜି ବର୍ଗରେ ଜ୍ୟୋତି ରଞ୍ଜନ ପ୍ରଧାନ ସ୍ୱର୍ଣ୍ଣ, ଆନନ୍ଦ ଗୌଡ ରୌପ୍ୟ, ଶୁଭମ୍ ନାୟକ ବ୍ରୋଞ୍ଜ ଏବଂ ୮୦କେଜି ବର୍ଗରେ ପ୍ରାଣକୃଷ୍ଣ ସାହୁ ସ୍ୱର୍ଣ୍ଣ, ଶିବରଞ୍ଜନ ପ୍ରଧାନ ରୌପ୍ୟ ଏବଂ ରୋହିତ କୁମାର ବିଶୋୟୀ ବ୍ରୋଞ୍ଜ ପଦକ ହାସଲ କରିଥିଲେ । କୃତୀ ପ୍ରତିଯୋଗୀଙ୍କୁ ପଦକ ଓ ମାନପତ୍ର ସହ ନଗଦ ପ୍ରୋତ୍ସାହନ ରାଶି ଦିଆଯାଇଥିଲା । ଆସିକା ସ୍ଥିତ ରାଜେଶ ବଡି ଲାଇନ ଜିମ ପକ୍ଷରୁ ଗଞ୍ଜାମ ଜିଲ୍ଲା ଆମେଚର ବଡି ବିଲଡିଂ ଆସୋସିଏଶନ ସହାୟତାରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଜିଲ୍ଲା ବଡି ବିଲ୍ଡିଂ ଆସୋସିଏଶନର ଉପଦେଷ୍ଟା ତଥା ବି. ବେଣୁଗୋପାଳ ରାଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଚାରକ ରୂପେ ଏସିଆନ ଜଜ୍ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ବଡିବିଲଡିଂ ଆସୋସିଏଶନର ସମ୍ପାଦକ ତଥା ଜାତୀୟ ସ୍ୱର୍ଣ୍ଣପଦକ ବିଜେତା ଜାତୀୟ ସ୍ତରର ବିଚାରକ ଏସ. ରାଜେଶ ବାବୁ ଆଚାରୀ, ଉମାଚରଣ ଶତପଥୀ, ସୋମନାଥ ନନ୍ଦ ପ୍ରମୁଖ ପ୍ରତିଯୋଗୀତାରେ ବିଚାରକ ଥିଲେ । ଗଞ୍ଜାମ ଜିଲ୍ଲା ବଡିବିଲଡିଂ ଆସୋସିଏଶନର ସଭାପତି ସତ୍ୟନାରାୟଣ ସ୍ୱାଇ, ଡି. ବ୍ରଜମୋହନ ପାତ୍ର ପ୍ରମୁଖଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମର ପରିଚାଳନା କରାଯାଇଥିଲା । ମୁଖ୍ୟଅତିଥି ରୂପେ ବ୍ରହ୍ମପୁର ସମବାୟ ବିଭାଗର ଉପ-ନିବନ୍ଧକ ଡ. ସୁଶାନ୍ତ କୁମାର ପଣ୍ଡା କାଯ୍ୟକ୍ରମରେ ଅଂଶଗ୍ରହଣ କରଥିଲେ । ରାଜ୍ୟର ମହିଳା ଫିଟନେଶ ଚମ୍ପୟନି ଗାୟତ୍ରୀ ମୁର୍ମୁ ଯୋଗଦେଇ ସୁନ୍ଦର ସ୍ୱାସ୍ଥ୍ୟ ପ୍ରଦର୍ଶନ କରଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


