ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକରେ କାର୍ଯ୍ୟ କରୁଥିବା ୩୫ଜଣ ଭିଲେଜ ରିସୋର୍ସ ପାର୍ସନଙ୍କ ପ୍ରତି ବ୍ଲକ ପକ୍ଷରୁ ହତାଦର କରିବା, କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟରେ ସଶ୍ଳିଷ୍ଟ ନ କରିବା ଯୋଗୁଁ ସେମାନେ ସଂଘବଦ୍ଧଭାବେ ୫ଦଫା ଦାବି ନେଇ ଜଳେଶ୍ୱର ବିଡିଓଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ନିର୍ଦ୍ଦିଷ୍ଟ ପଂଚାୟତର ସାମାଜିକ ସମୀକ୍ଷା ବେଳେ ଏନ୍ଆର୍ଇଜିଏସ୍ ଓ ଏନ୍ଏସ୍ଏପି କାର୍ଯ୍ୟରେ ଯେଉଁ ନଥିପତ୍ର ଆବଶ୍ୟକ ତାହା ନିର୍ଦ୍ଦିଷ୍ଟ ସମୟରେ ଦିଆଯାଉନାହିଁ । ସାମାଜିକ ସମୀକ୍ଷାର ବ୍ଲକ ସ୍ତରୀୟ ଚିଠିପତ୍ର ସମ୍ପର୍କରେ ଗ୍ରାମାଞ୍ଚଳର ହିତାଧିକାରୀମାନଙ୍କ ଅବଗତି ନିମନ୍ତେ ନୋଟିସ୍ କରାଯାଉନାହିଁ । ସମସ୍ତ କାର୍ଯ୍ୟର ସମ୍ପୁର୍ଣ୍ଣ ବିବରଣୀ ଭିଆର୍ପି ମାନଙ୍କୁ ଦିଆଯାଉନଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି । କେତେକ କ୍ଷେତ୍ରରେ ଭିଆର୍ପି ମାନଙ୍କ ପ୍ରତି ଗୁରୁତ୍ୱ ନ ଦେଇ ଅପମାନିତ କରାଯାଉଛି । ବରଂ ବିଡିଓ ପଂଚାୟତର ପିଆର୍ଆଇ ସଭ୍ୟସଭ୍ୟା, ଜିଆର୍ଏସ୍, ବିଏସ୍ଏ, ଡିଏସ୍ଏ, ପିଇଓ, ପଂଚାୟତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ଗହଣରେ ବୈଠକ କରାଇ ସମସ୍ୟାର ସମାଧାନ କରାଯିବାକୁ ଭିଆର୍ଏସ୍ ମଧ୍ୟରୁ ଶାନ୍ତିଲତା ଜେନା, ସୁଭଦ୍ରା ପାତ୍ର, ଉମାରାଣି ସିଂହ, ସୁଲୋଚନା ମହାପାତ୍ର, ଅଳକାବାଲା ଦେ, ରୁନୁବାଳା ଭୂୟାଁ, ଲିଲିମା ପ୍ରଧାନ, କବିତା ପଲାଇ ପ୍ରମୁଖ ଦାବି ଜଣାଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା