୫ମ ଜାତୀୟ ଚିତ୍ରଶିଳ୍ପୀ କର୍ମଶାଳା ଓ ଶିଶୁ ଉତ୍ସବ ଉଦଘାଟିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଚିତ୍ରକଳାର ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ଜଳେଶ୍ୱରରେ ୨୦୧୪ ମସିହାଠାରୁ ଜଳେଶ୍ୱର ଆର୍ଟ ଫାଉଣ୍ଡେସନ ପକ୍ଷରୁ ପ୍ରତିବର୍ଷ ଚିତ୍ରଶିଳ୍ପୀ କର୍ମଶାଳା ଓ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଥାଏ । ଆଜି ପୂର୍ବାହ୍ନରେ ଜଳେଶ୍ୱର ବିଡିଓ ନିତ୍ୟାନନ୍ଦ ସାହୁ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ଜଳେଶ୍ୱର ବିଇଓ ବିଜୟ କୁମାର ନାଥ, ଫକିରମୋହନ ବିଶ୍ୱବିଦ୍ୟାଳୟର ସିନେଟ୍ ସଦସ୍ୟ ପ୍ରାଧ୍ୟାପକ ବିପିନ ବିହାରୀ ବିଶ୍ୱାଳ, ସମାଜସେବୀ କମଳ ଚକ୍ରବର୍ତ୍ତୀ, ପୂର୍ବତନ ନଗରପାଳ ପ୍ରବୀର ପ୍ରଧାନ, ବିଖ୍ୟାତ ଚିତ୍ରଶିଳ୍ପି କେଶୁ ଦାସ ଓ ଅଶୋକ ମହାନ୍ତି ପ୍ରମୁଖ ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ଚିତ୍ରଶିଳ୍ପୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଜାଫ ଦ୍ୱାରା ପରିଚାଳିତ ଏପରି କାର୍ଯ୍ୟକ୍ରମ ୩ଦିନ ଧରି ଚାଲିବାକୁ ଥିବା ବେଳେ ଅନ୍ତିମ ଦିନରେ କୁନି ପିଲାମାନଙ୍କର ଚିତ୍ରାଙ୍କନ ପ୍ରତିଯୋଗିତା ଓ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଉକ୍ତ କାର୍ଯ୍ୟକ୍ରମକୁ କମିଟିର ମୁକ୍ତିପଦ ନନ୍ଦି, ସୁବ୍ରତ ରଣା, ସୌମ୍ୟରଂଜନ ପାତ୍ର, ସୌମ୍ୟସାଗର କାମିଳା, ଆଶିଷ ସାହୁ, ସୁଧିର ଗିରି ଓ ସନ୍ଦିପ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା