
ଜଳେଶ୍ୱର (ସମୃଦ୍ଧ ଓଡିଶା ) ଜଳେଶ୍ୱର ଥାନା ଅନ୍ତର୍ଗତ ସୁଗୋ ଗ୍ରାମର ସ୍ୱର୍ଗତ ଉପେନ୍ଦ୍ର ପାତ୍ରଙ୍କ ପୁତ୍ର ନିରଂଜନ ପାତ୍ର (୪୫)ଙ୍କ ଘରୁ ଗତକାଲି ନାମ୍ପୋଫାଣ୍ଡି ଅଧିକାରୀ ଭଗବାନ ଦାସ ଚଢାଉ କରି ୫୦ଲି ଦେଶୀ ମଦ ଜବତ୍ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଅଭିଯୁକ୍ତ ନିରଞ୍ଜନ ପାତ୍ରର ଜାମିନ ଆବେଦନ ନାମାଞ୍ଜୁର ହେବାରୁ ତାଙ୍କୁ ଜଳେଶ୍ୱର ସବ୍ଜେଲ୍କୁ ପଠାଇ ଦିଆଯାଇଛି । ଘଟଣା ସଂପର୍କରେ ଥାନାରେ ଏକ ମାମଲା ୧୦/୧୯ମୂଳେ ରୁଜୁ ହୋଇଛି ।
ରିପୋର୍ଟ : ଭୂପତି କୁମାର ପରିଡା