

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ରା.ଉଦୟଗିରି ଗଜପତି ଜିଲ୍ଲା ରାଉଦୟଗିରି ନିକଟସ୍ଥ ରାମଗିରି ଅଞ୍ଚଳରେ ରାମଗିରି ବନ ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଫରେଷ୍ଟରଙ୍କୁ ଭିଜିଲାନ୍ସ ଚଢ଼ାଉ କରିଛି । ରାମଗିରି ବନ ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଫରେଷ୍ଟର ଜଣକ ହେଲେ ଦିବାକର ଲେଙ୍କା । ସେ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ରାମଗିରି ଫରେଷ୍ଟର ଦିବାକର ଲେଙ୍କା ଉପରେ ଚଢ଼ାଉ କରିଛି । ଭିଜିଲାନ୍ସ ଟିମ୍ ତଦନ୍ତ ସମୟରେ ପାଞ୍ଚ ହଜାର ଟଙ୍କା ଏବଂ ଜବତ କରାଯାଇଥିବା କାଠ କଟା ମେଶିନକୁ ଜବତ କରିଛି ଭିଜିଲାନ୍ସ ଟିମ୍ । ମିଳିଥିବା ସୂଚନା ଅନୁଯାୟୀ ମଙ୍ଗରଜପୁର ଗ୍ରାମର କୃଷ୍ଣ ଚନ୍ଦ୍ର କାର୍ଯ୍ୟ ତିତୀଲି ବାତ୍ୟାରେ ଢଳୀଥିବା ଗଛର କାଠ ଗଣ୍ଡିକୁ ଅନୁକ ଭୁୟାଁ ଠାରୁ କାଠ କଟା ମେସିନ ଆଣି କାଠ କାଟୁଥିଲେ ସେହି ସମୟରେ ଫରେଷ୍ଟର ଦିବାକର ଲେଙ୍କା କୃଷ୍ଣ ଚନ୍ଦ୍ର କାର୍ଯ୍ୟଙ୍କ ଠାରୁ ମେସିନ ଜବତ କରି ନେଇ ଆସିଥିଲେ ତା ପରଦିନ କୃଷ୍ଣ ଚନ୍ଦ୍ର ବନ ବିଭାଗ କାର୍ଯ୍ୟାଳୟକୁ ଆସି କାଠ କଟା ମେସିନ କଥା ବୁଝିବାରୁ ଫରେଷ୍ଟର ଦିବାକର ଲେଙ୍କା ଉକ୍ତ ବ୍ୟକ୍ତିଙ୍କୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଏବଂ ପାଞ୍ଚ ହଜାର ଟଙ୍କା ଦେଲେ ତମ କାଠ କଟା ମେସିନ ଦିଆଯିବ ବୋଲି କହିଥିଲେ । କୃଷ୍ଣ ଚନ୍ଦ୍ର ଫରେଷ୍ଟରଙ୍କୁ ପାଞ୍ଚ ହଜାର ଟଙ୍କା ଦେଇ ସରିଲା ପରେ ବ୍ରହ୍ମପୁର ଭିଜିଲାନ୍ସକୁ ଜଣାଇଥିଲେ । ଘଟଣା ସ୍ଥଳରେ ଆଜି ଭିଜିଲାନ୍ସ ଟିମ୍ ରାମଗିରି ବନ ବିଭାଗ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ କରି ଫରେଷ୍ଟରଙ୍କୁ ଗିରଫ କରି ବ୍ରହ୍ମପୁର ନିଆଯାଇଥିବା ସୂଚନା ମିଳିଛି ।
ରିପୋର୍ଟ – କୃଷ୍ଣ କୁମାର ବେହେରା