୫୭ ରାଜ୍ୟ ରାଜପଥର ଡେମୁରିଆ ନୂଆପୋଲ ବିପଦ ଶଙ୍କୁଳ ଅବଧିର ୩ବର୍ଷ ପରେ ବି ସରିନି କାର୍ଯ୍ୟ : ଭାସିଗଲା ଡାଇଭର୍ସନ ରୋଡ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର-ଚନ୍ଦନେଶ୍ୱର-ଦୀଘା ୫୭ ରାଜ୍ୟ ରାଜପଥର ଡେମୁରିଆଠାରେ ୨୦୧୮ ମସିହାରେ ୬କୋଟି ଟଙ୍କା ବ୍ୟୟରେ ଏକ ପୋଲ ନିର୍ମାଣ ଲାଗି ଟେଣ୍ଡର ହୋଇଥିଲା । ଏହି କାର୍ଯ୍ୟଟି ୨୦୨୦ ମସିହା ସୁଦ୍ଧା ଶେଷ ହେବାକୁ ଟେଣ୍ଡରରେ ଦର୍ଶାଯାଇଥିଲା । କିନ୍ତୁ ଅଦ୍ୟାବଧି ଅବଧିର ୨ବର୍ଷ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟ ଶେଷ ହୋଇ ପାରିନଥିଲା । ଆଜି ଅସ୍ଥାୟୀଭାବେ ପୋଲ ଉପରେ ଯାନ ଚଳାଚଳ ଆରମ୍ଭ କରିଥିଲେ ମଧ୍ୟ ବିପଦଶଙ୍କୁଳ ପୋଲ ନେଇ ବହୁକଥା ଶୁଣିବାକୁ ମିଳୁଛି । କିନ୍ତୁ ଏହାର ଡାଇଭର୍ସନ ରୋଡଟି ଗତ ରାତିରେ ଭାଷି ଯାଇଥିବା ଜଣାଯାଇଛି । ୨୦୨୦ ମସିହାରେ ପ୍ରଶାସନୀକ ଉଦାସିନତା ଯୋଗୁଁ ଠିକାଦାର ଏହି ପୋଲ କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ଅଦ୍ୟାବଧି ଶେଷ କରିପାରି ନାହାନ୍ତି । ପୁର୍ତ୍ତବିଭାଗର ଉଦାସୀନତାକୁ ଏଥିଲାଗି ଦାୟୀ କରାଯାଇଛି । ପୋଲ କାର୍ଯ୍ୟ ଚାଲିଥିବା ବେଳେ ଏହାର ଡାଇଭର୍ସନ ରୋଡ ବାରମ୍ବାର ଭୁଷୁଡି ପଡିବା ଆଲୋଚ୍ୟର ବିଷୟ ହୋଇଥିଲା । ତରବରିଆଭାବେ କାର୍ଯ୍ୟ ସାରିବାକୁ ବିଭାଗ ପକ୍ଷରୁ ଗତ ୪/୫ ଦିନ ଧରି ଉଦ୍ୟମ ହୋଇଥିଲେ ମଧ୍ୟ ପୋଲର ସମସ୍ତ କାର୍ଯ୍ୟ ଶେଷ ହୋଇ ନାହିଁ । ଗତ ରାତିରେ ଏହାର ଡାଇଭର୍ସନ ରୋଡ ଉପରେ ବର୍ଷାଜଳର ସ୍ରୋତ ପ୍ରବାହିତ ହେବାରୁ ଜରୁରୀକାଳିନ ପରିସ୍ଥିତିରେ ପୁର୍ତ୍ତବିଭାଗ ପକ୍ଷରୁ ପୋଲର ଦୁଇପଟେ ବାଲିବସ୍ତା, ରାବିସ୍ ଇତ୍ୟାଦି ପକାଯାଇ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଛି । ପ୍ରକାଶଯୋଗ୍ୟ ଏହି ନହରାଖାଳ ଦ୍ୱାରା ପଶ୍ଚିମବଂଗର ବିସ୍ତିର୍ଣ୍ଣ ଅଂଚଳରୁ ବର୍ଷାପାଣି ଆସି ଏହି ପୋଲ ଦେଇ ସୁବର୍ଣ୍ଣରେଖା ନଦୀକୁ ପ୍ରବାହିତ ହୋଇଥାଏ । ଅବଧିର ୨/୩ବର୍ଷପରେ ପୁର୍ତ୍ତବିଭାଗ ଯେନତେନ ପ୍ରକାରେ କାର୍ଯ୍ୟଟିକୁ ଶେଷ କରିଥିଲେ ମଧ୍ୟ ଏହାର ସ୍ଥାୟିତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉଚ୍ଚକର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ୱ ଦେବାକୁ ଦାବି ହେଉଛି ।

ରିପୋର୍ଟ : ଭୂପତି ପରିଡା