

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ୫୯ତମ ହୋମଗାର୍ଡ ଦିବସ ପାଳିତ ହୋଇଯାଇଛି । ଏହା ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ସଂଯୋଜନାରେ ସ୍ଥାନୀୟ ରିଜର୍ଭ ପୋଲିସ ପଡ଼ିଆରେ ଏହି ହୋମଗାର୍ଡ ଦିବସ ପାଳନର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଂଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇ ଯୋଗ ଦେଇଥିଲେ । ବ୍ରହ୍ମପୁର ଜିଲ୍ଲା ପୋଲିସ ପକ୍ଷରୁ ଆୟୋଜିତ ପ୍ୟାରେଡରେ ଡ଼ିଆଇଜି ଏବଂ ବ୍ରହ୍ମପୁର ଏସପି ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରେ ପ୍ରଶଂସନୀୟ କାଯ୍ୟ କରିଥିବା ୧୦ ଜଣ ହୋମଗାର୍ଡଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ସେମାନେ ହେଲେ ଜି. ଚିଟି ବାବୁ(ଗୋପାଳପୁର) ସନ୍ତୋଷ କୁମାର ପାଢ଼ୀ(ଗୋଷାନିନୁଆଁଗାଁ), ରିତେନ୍ଦ୍ର କୁମାର ଶତପଥୀ(ସଦର), ପ୍ରକାଶ ଚନ୍ଦ୍ର ଆଚାର୍ଯ୍ୟ(ବଡବଜାର), ଏସକେପାଢ଼ୀ(ବିଏନପୁର), ଅମରନାୟକ(ଟାଉନ), ଭଞ୍ଜନ କୁମାର ଦାସ(ଦିଗପହଣ୍ଡି), ଶିବରାମ ସେଠି(କେ. ନୁଆଁ ଗାଁ), ବିଗ୍ନରାଜ୍ ପାଣିଗ୍ରାହୀ(ଜରଡ଼ା), ତପନ କୁମାର ଚୌଧୁରୀ(ଗୋଳନ୍ତରା) । ଏହି ଅବସରରେ ହୋର୍ମଗାର୍ଡ ରିତେନ୍ଦ୍ର କୁମାର ଶତପଥୀ ପ୍ୟାରେଡ୍ ପରିଚାଳନା କରିଥିଲେ । ପରେ ଏପିଆର ବ୍ୟାରକ୍, ଓପିଇଏଫ ବ୍ୟାରକ୍, ଲେଡିସ ବ୍ୟାରକ୍, ପରିଦର୍ଶନ କରିଛନ୍ତି ଦକ୍ଷିଣାଂଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇ ଏବଂ ବ୍ରହ୍ମପୁର ଏସପି ପିନାକ୍ ମିଶ୍ର । ବ୍ୟାରକରେ କଣ ସମସ୍ୟା ରହିଛି ଏବଂ ସମସ୍ତ ସୁବିଧା ଏଠାରେ ମିଳୁଛି କି ନାହିଁ ତାହା ବ୍ୟାରକ୍ ରେ ରହୁଥିବା ପୋଲିସ କର୍ମଚାରୀଙ୍କୁ ପଚାରି ବୁଝିଛନ୍ତି ଡ଼ିଆଇଜି ଶ୍ରୀ ଭୋଇ । ସେହିପରି ପୋଲିସ କମନ ମେସ ପରିଦର୍ଶନ କରି ଆଜିର ମେସ ମେନୁ କଣ ଓ କେତେ ଜଣ ଏଠାରେ କାମ କରୁଛନ୍ତି । କେତେ ଜଣ ପ୍ରତିଦିନ ଏହି ମେସରେ ଖାଉଛନ୍ତି ତାହା ପଚାରିବା ସହ ଏଠାରେ କଣ କଣ ଆବଶ୍ୟକତା ରହିଛି ତାହା ପଚାରି ବୁଝିଥିଲେ । ଗୃହରକ୍ଷୀ ବାହୀନିମାନେ ପୋଲିସ ବିଭାଗର ଏକ ଅଙ୍ଗ । ଏହା ଏକ ସ୍ବେଚ୍ଛାସେବୀ ସଂସ୍ଥା । ଏହି ସଂସ୍ଥା ଦ୍ୱିତୀୟ ବିଶ୍ଵଯୁଦ୍ଧ ସମୟରେ ଯୋଦ୍ଧାମାନଙ୍କୁ ସାହାଯ୍ୟ କରିବା ପାଇଁ ବ୍ରିଟିଶ ସରକାର ସ୍ବେଚ୍ଛାସେବୀ ସଙ୍ଗଠନ ଭାବେ ଉକ୍ତ ଗୃହରକ୍ଷୀ ବାହୀନୀ ଗଠନ କରିଥିଲେ । ଏହାର ଅନେକ ସୁଫଳ ତତ୍କାଳୀନ ସରକାରଙ୍କୁ ମିଳିଥିଲା । ପରବର୍ତ୍ତୀ ପଯ୍ୟାୟରେ ୧୯୪୬ମସିହାରେ ଯେତେବେଳେ ଜାତିଗତ, ଧର୍ମଗତ ଏବଂ ସାମାଜିକ ଦୃଷ୍ଟି କୋଣରୁ ଉପୁଜିଥିବା ଦଙ୍ଗାକୁ ରୋକିବା ପାଇଁ ଭାରତ ସରକାରଙ୍କ ଅନୁମୋଦନ କ୍ରମେ ଗୃହରକ୍ଷୀ ବାହିନୀ ଗଠନ କରାଯାଇଥିଲା । ତେଣୁ ପ୍ରତି ରାଜ୍ୟର ସଦର ମହକୁମାରେ ପ୍ରତିବର୍ଷ ନଭେମ୍ବର ୬ ତାରିଖକୁ ହୋମଗାର୍ଡ ଦିବସ ରୂପରେ ପାଳନ କରାଯାଏ । ଏହା ସହ ବ୍ରହ୍ମପୁରର ଗୃହରକ୍ଷୀ ବାହିନୀମାନେ ଗତ ଗୁଲାବ, ତିତିଲି, ବୁଲବୁଲ, ବାତ୍ୟା ଓ ବନ୍ୟା ଆରମ୍ଭ କରି ଆଇନ ଶଙ୍ଖଳା, ଟ୍ରାଫିକ୍ ନିୟନ୍ତ୍ରଣ, ଏହିଭଳି ସମୟରେ ଲୋକଙ୍କ ସେବା କରିଥିବାରୁ ଏସପି ପିନାକ୍ ମିଶ୍ର ସେମାନଙ୍କୁ ପ୍ରଶଂସା କରିଥିଲେ । ଗୃହରକ୍ଷୀମାନେ ବିଭିନ୍ନ ବିପତ୍ତି ସମୟରେ ଲୋକଙ୍କୁ ସାହାର୍ଯ୍ୟ କରିଆସୁଛନ୍ତି । ଦକ୍ଷିଣାଂଚଳ ଆରକ୍ଷୀ ଉପ ମହାନିରୀକ୍ଷକ ସତ୍ୟବ୍ରତ ଭୋଇ ଗୃହରକ୍ଷୀ ବାହିନୀଙ୍କ ପାଇଁ ଓଡିଶାର ମହାମହିମା ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀଙ୍କ ବାର୍ତ୍ତାକୁ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଏସ୍ ପି ପିନାକ୍ ମିଶ୍ର, ଅତିରିକ୍ତ ଏସପି ପ୍ରଶାନ୍ତ କୁମାର ମିଶ୍ର ଓ ସଦର ଏସଡ଼ିପିଓ ଜୟନ୍ତ ମହାପାତ୍ର, ଚିକିଟି ଏସଡିପିଓ କୃଷ୍ଣଭତ୍ରା, ରିଜର୍ଭ ପୋଲିସ ଅଫିସ୍ ଅଧିକାରୀ ଦିଲୀପ କୁମାର ବେହେରାଙ୍କ ସମେତ ଡ଼ିଏସପି ହେଡ଼କ୍ୱାଟର କଳ୍ପନା କାଉରୀ, ଡ଼ିଏସପି ସନ୍ତୋଷନି ଓରାମ, ଗୋପାଳପୁର ଆଇଆଇସି ମାଧବାନନ୍ଦ ନାୟକ, ଗୋଷାଣୀନୁଆଁ ଗାଁ ଆଇଆଇସି ସୁମିତ ସୋରେନ,ବଡ଼ ବଜାର ଆଇଆଇସି ପ୍ରଶାନ୍ତ ଭୂପତି, ଟ୍ରାଫିକ ଆଇଆଇସି ସୁନିଲ କୁମାର ବେହେରା, ସଦର ଆଇଆଇସି ମହେନ୍ଦ୍ର ସାହୁ,ସର୍ଜେଣ୍ଟ କବିବର ଦେହୁରୀ, ହୋମଗାର୍ଡ ହାବିଲଦାର ସନ୍ତୋଷ ନାୟକଙ୍କ ସମେତ ବହୁ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : କିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା



