ଜଳେଶ୍ୱର (ସମୃଦ୍ଧ ଓଡିଶା) ନହରପାଟଣାରୁ ଖଡଗପୁର ଯାଇଥିବା ୧୨୦କିମି ବିଶିଷ୍ଟ ୬୦ନଂ ଜାତୀୟ ରାଜପଥର ସୁବର୍ଣ୍ଣରେଖା ପୋଲ ଉପରେ ନିର୍ମିତ ହୋଇଥିବା ପୁରୁଣାପୋଲର ଉତ୍ତର ପଟ ପ୍ରବେଶଦ୍ୱାରରେ ବଡ ଫାଟ ଦେଖା ଦେଇଛି । ୧୯୭୨ ମସିହାରେ ଏହି ପୋଲକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥି ଲୋକାର୍ପିତ କରିଥିଲେ । ଦୀର୍ଘବର୍ଷ ଅତିକ୍ରମ ହୋଇଥିବାରୁ ଏହି ପୋଲରେ ଏପରି ବିପଦ ସଂକୁଳ ହୋଇଛି । ପରିସ୍ଥିତିକୁ ଉକ୍ଷ୍ୟରଖି ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ସୁବର୍ଣ୍ଣରେଖା ପୋଲ ଡାଉନ୍ ଲାଇନ୍ରେ ସମସ୍ତ ଯାନବାହନ ଦୀର୍ଘଦିନ ଧରି ଚଳାଚଳ ବନ୍ଦ ରଖିଛି । ଏହି ରାସ୍ତାରେ ହଜାର ହଜାର ଯାନ ଚାଲୁଥିବାରୁ ସୁବର୍ଣ୍ଣରେଖାପୋଲ ଅପ୍ଲାଇନ୍ରେ ସମସ୍ତ ଯାନବାହନ ଚଳାଚଳ କରୁଥିବାରୁ ଭବିଷ୍ୟତରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । ଉକ୍ତ ସ୍ଥାନ ନିକଟବର୍ତ୍ତୀ ଅଂଚଳ ଡେଥ୍ ଜୋନ୍ ହୋଇଥିବାରୁ ଡାଉନ୍ ଲାଇନ୍ ସୁବର୍ଣ୍ଣରେଖା ପୋଲକୁ ମରାମତି ସାରି ଯାନବାହନ ସ୍ୱାଭାବିକ କରିବାକୁ ଦାବୀ ହେଉଛି ।
ରିପୋର୍ଟ : ଭୂପତି କୁମାର ପରିଡ଼ା