ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଅପରାହ୍ନରେ ୬୦ନଂ ଜାତୀୟ ରାଜପଥର କୋର୍ଟର ଅନତୀଦୂରରେ ଏକ ଗ୍ରୋସରୀ ଦୋକାନରେ ଗ୍ୟାସ୍ଟାଙ୍କି ଫାଟି ୨ଟି ଦୋକାନ ପୋଡି ଯାଇଛି । ନିକଟରେ ଥିବା ଏକ ଟେମ୍ପୋ ପୋଡି ଯାଇଛି । ଗ୍ୟାସ୍ଟାଙ୍କି ଫାଟିବା ଫଳରେ ସେଠାରେ ବେଆଇନ୍ ଭାବେ ପାକିଂ କରିଥିବା ଗ୍ୟାସ୍ ଓ ତେଲ ଟ୍ୟାଙ୍କର, ଟ୍ରକ୍, ଡାମ୍ପର, ଟେମ୍ପୋ ଚାଳକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । ଦୋକାନଘର ଜଳୁଥିବା ବେଳେ ଦୋକାନୀ ଓ ସ୍ଥାନୀୟ ଲୋକେ ଧାଁ-ଧପଡ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ନିକଟରେ ପାଣି ନଥିବାରୁ ଧ୍ୱଂସ ସ୍ତ୍ୱରେ ପରିଣତ ହୋଇଥିଲା । ଦମକଳ ଆସିବା ବେଳକୁ ତାହା ସଂପୂର୍ଣ୍ଣ ନଷ୍ଟା ହୋଇ ଯାଇଥିଲା । ଏଥିରେ ଲକ୍ଷାଧିକ ଟଙ୍କାର ଆସବାପତ୍ର ଓ ଦୋକାନ ସାମଗ୍ରୀ ସହିତ ନଗଦ ଟଙ୍କା ପୋଡି ଯାଇଥିଲା । ପାଇକସିଦା ଗ୍ରା.ପ.ର ରଜନୀକାନ୍ତ ଜେନାଙ୍କ ୨ଟି ଦୋକାନ ପୋଡି ଯାଇଥିବା ପ୍ରକାଶ । ଘଟଣାରୁ ପ୍ରକାଶ ଫାଟିଥିବା ଗ୍ୟାସ୍ଟାଙ୍କିଟି ଘରୋଇ ବ୍ୟବହାର ଲାଗି ଉଦ୍ଦିଷ୍ଟ ଥିବା ବେଳେ ତାହାକୁ ବ୍ୟବସାୟରେ ଲଗାଯାଇଥିବାରୁ ଏପରି ଘଟଣା ହୋଇଛି ବୋଲି ସ୍ଥାନୀୟ ଲୋକଙ୍କ ସୂତ୍ରରୁ ପ୍ରକାଶ । ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ତଦନ୍ତ ହେବା ଉଚିତ୍ ବୋଲି ସ୍ଥାନୀୟଲୋକେ ଅଭିଯୋଗ ହୋଇଛି ।
ରିପୋର୍ଟ : ଭୂପତି ପରିଡା