
ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଅପରାହ୍ନରେ ଜଳେଶ୍ୱର ଥାନା ଅନ୍ତର୍ଗତ ଗୁଆ ଗଡିଆ ଗାଁର ସୁନନ୍ଦ ମାଝି(୩୬) ନିଜ ବାଇକ୍ରେ ବାଲେଶ୍ୱରରୁ ଗାଁକୁ ଫେରୁଥିବା ବେଳେ ଏକ ଅଜାଣା ଗାଡି ଧକ୍କାରେ ମୃତ୍ୟୁବରଣ କରିଛନ୍ତି । ଦିନ ୨.୩୦ମିରେ ସେ ବାଲେଶ୍ୱରରୁ ନିଜ କାର୍ଯ୍ୟସାରି ଫେରୁଥିବା ବେଳେ ହଳଦିପଦା ନିକଟରେ ବିପରିତ ଦିଗରୁ ଆସୁଥିବା ଏକ ଅଜାଣା ଗାଡି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥରେ ତାର ମୃତ୍ୟୁ ଘଟିଛି । ଏଥିନେଇ ଜଳେଶ୍ୱର ପୋଲିସ୍କୁ ଖବର ମିଳିଥିବାରୁ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଫଳରେ ଗାଁରେ ଶୋକର ଛାୟା ଖେଳି ଯାଇଛି ।