୬୦ନଂ ଜାତୀୟ ରାଜପଥରେ ବ୍ୟାପକ ଚାନ୍ଦା ଆଦାୟ:ପୋଲିସର ନିସ୍କ୍ରିୟତାକୁ ଦାୟୀ କଲା ସଚେତନ ନାଗରିକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଲକ୍ଷ୍ମଣନାଥ ରୋଡ ସ୍ଥିତ ୟୁନିଫାଏଡ ତନଖି ଫାଟକ ଉଚ୍ଛେଦ ହେବା ପରେ ଏବେ କେତେକ ଅସାମାଜିକ ଯୁବକ ୬୦ନଂ ଜାତୀୟ ରାଜପଥର କେତେକ ସ୍ଥାନରେ ଗୋଷ୍ଠୀଗତ ଭାବେ ବ୍ୟାପକ ଚାନ୍ଦା ଆଦାୟ କରୁଛନ୍ତି । ଏ ସଂପର୍କରେ ଜଣାଯିବାପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଯୋଗୁଁ ଅସନ୍ତୋଷ ବୃଦ୍ଧି ପାଉଛି । ଗତ ୩ ଦିନ ତଳେ ଏକ ମାଛ ବୋଝେଇ ପିକ୍ଅପରୁ ଚାନ୍ଦା ମାଗି ବିଫଳ ହେବାରୁ ବ୍ୟାପକ ଲୁଟ୍ କରାଯାଇଥିବାର ଏକ ଅଭିଯୋଗ ଥାନାରେ ହେବା ଓ ଏଥିରେ ସଂପୃକ୍ତ ଦୁଇଟି ଗାଡିକୁ ପୁଲିସ୍ ଜବତ୍ କରିଥିଲେ ମଧ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଉନଥିବାରୁ ସ୍ଥାନୀୟ ଜଳେଶ୍ୱର ସଚେତନ ନାଗରିକମାନଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସକୁ ଦାୟୀ କରାଯାଇଛି । ୬୦ ନଂଜ ଜାତୀୟ ରାଜପଥରୁ ୟୁନିଫାଏଡ ଗେଟ୍ ଉଚ୍ଛେଦ ହୋଇଥିଲେ ମଧ୍ୟ ଏବେବି ତନଖି ଫାଟକ ନାମରେ ବ୍ୟାପକ ଚାନ୍ଦ ଆଦାୟ ଓ ଲୁଟ ତରାଜ ହୋଇ ଆସୁଛି । ବିଭିନ୍ନ ସମୟରେ ସ୍ଥାନୀୟ କେତେକ ଅସଭାଜିକ ଯୁବକ ସଂଘବଦ୍ଧଭାବେ ଆନ୍ତରାଜ୍ୟ ଟ୍ରକ ଗୁଡିକରୁ ବ୍ୟାପକ ଚାନ୍ଦା ଆଦାୟ କରୁଛନ୍ତି । ଆନ୍ତରାଜ୍ୟରେ ଚଳାଚଳ କରୁଥିବା ପ୍ରାୟ ୮୦ଟି ବସ୍ ବ୍ୟାପକ ମାଲ ପରିବହନ କରି ଟ୍ୟାକ୍ସ ଫାଙ୍କି ଚାଲିଥିବା ହେତୁ ଏହାର ସୁଯୋଗ ନେଇ ଯୁବକମାନେ ଚାନ୍ଦା ଓ ରାହାଜାନୀ ଇତ୍ୟା କରିଆସୁଛନ୍ତି । ଅତୀତରେ ଏପରି କେତେକ ଅଭିଯୋଗ ମଧ୍ୟ ଥାନାରେ କରାଯାଇଛି । ପ୍ରକାଶଯୋଗ୍ୟ ନିକଟରେ ପୁଲିସ୍ର ପେଟ୍ରୋଲିଂ ଚାଲିଥିବା ବେଳେ ଏପରି କାର୍ଯ୍ୟକୁ ପ୍ରତିହତ କରାଯାଉନଥିବାରୁ ପୁଲିସ୍ର କାର୍ଯ୍ୟକଳାପକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଗତ ୯ ତାରିଖ ରାତିରେ ଏକ ପିକ୍ଅପ୍ ଓଡି୦୧ଟି୧୭୫୧ ମାଛଧରି କେନ୍ଦ୍ରପଡାରୁ କୋଲକତା ଅଭିମୁଖେ ଗଲାବେଳେ ୬୦ନଂ ଜାତୀୟ ରାଜପଥର ଗାୟତ୍ରୀ ପେଟୋଲ ପମ୍ପ ନିକଟରେ ଗାଡିକୁ ଅଟକାଇଥିଲେ । କିନ୍ତୁ ଗାଡିଟି ନ ଅଟକିବାରୁ ଚାନ୍ଦା ଆଦାୟକାରୀ ବ୍ୟକ୍ତିମାନେ ଏକ ଓଡି୦୧ଏବି୧୭୬୯ ବୋଲେର ଗାଡିରେ ଗୋଡେଇ ମାଛଗାଡିକୁ ଅଟକାଇଥିଲେ । ସେଠାରେ ଚାନ୍ଦା ମାଗି ବିଫଳ ହେବା ପରେ ପିକ୍ଅପରେ ଥିବା ଚିଙ୍ଗୁଡିମାଛ ଛିନ୍ତାଇ କରିଥିଲେ । ଗାଡିରେ ଥିବା ମୋବାଇଲ୍ ଓ ୩ହଜାର ଟଙ୍କା ନେଇଯାଇଥିବା ପିକ୍ଅପ୍ର ଡ୍ରାଇଭର ରାଧାକୃଷ୍ଣ ସାମନ୍ତ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗରେ ଜଳେଶ୍ୱର ପୂର୍ବତନ ବିଧାୟକଙ୍କ ପୁଅଙ୍କ ନେତୃତ୍ୱରେ ଏ ଅଂଚଳର ୧୬ଜଣ ଯୁବକ ଏପରି ଘଟଣା ଭିଆଇଥିବାରୁ ଡ୍ରାଇଭର ତାଙ୍କ ଲିଖିତ ବିବରଈରେ ପ୍ରକାଶ କରିଛନ୍ତି । ଏହି ଘଟଣାରେ ପୁଲିସ୍ ୨ଟି ଗାଡିକୁ ଥାନାରେ ଅଟକ ରଖିଥିବା ବେଳେ କୌଣସି ଅଭିଯୋଗକୁ ଗିରଫ କରୁନଥିବାରୁ ଆଜି ଜଳେଶ୍ୱର ସଚେତନ ନାଗରିକ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଡାକବଂଗଳାରେ ଅହୁତ ହୋଇଥିଲା । ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଯୁବକମାନେ ଏପରି ଛିନ୍ତାଇ ଓ ଚୋରୀ କାର୍ଯ୍ୟ କରୁଥିବା ସଂପର୍କରେ ଚନ୍ଦନ କୁମାର କର, ମୀର ଆବସ ଅଲ୍ଲି, ରଂଜିତ୍ ପାତ୍ର, ଚନ୍ଦ୍ରକାନ୍ତ ଖଟୁଆ, ସେକ୍ ହାସିରୁଦ୍ଦିନ ବକ୍ସ, ମାନସ ରଂଜନ ଧଳ ପ୍ରମୁଖ ଆଜିର ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ଜଣେ ପ୍ରାକ୍ତନ ବିଧାୟକଙ୍କ ପୁଅ ଏହି ଘଟଣାରେ ସଂପୃକ୍ତ ଥିବାରୁ ପୁଲିସ୍ ଜାଣିଶୁଣି ଗିରଫ କରୁନଥିବାର ସେମାନେ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ଜଳେଶ୍ୱର ପୋଲିସଙ୍କ ସହିତ ଯୋଗାଯୋଗ କରିବାରୁ ଏହା କେସ୍ ରେଜିଷ୍ଟାର ହୋଇ ସାରିଛି । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଧରିବା ଲାଗି ପ୍ରୟାସ ଆରମ୍ଭ ହୋଇଥିବା କହିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା