
ଜଳେଶ୍ୱର (ସମୃଦ୍ଧ ଓଡିଶା) ୬୦ନଂ ଜାତୀୟ ରାଜପଥର ଜଳେଶ୍ୱର ହସ୍ପିଟାଲ ସ୍ଲିପ ରୋଡ ଠାରେ ଏକ ଡମ୍ପର ଓଡି୦୧ଜେଡ୍-୨୬୦୦ ନିଜର ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା । ଫଳରେ ସ୍ଲୀପ ୱେଟି ଦୀର୍ଘ ସମୟ ଧରି ଯାତାୟାତ ବନ୍ଦ ହୋଇ ଯାଇଥିଲା । ଡମ୍ପରଟି ରାଜଘାଟ ଆଡୁ ଆସୁଥିବା ବେଳେ ନିୟନ୍ତ୍ରଣ ହରାଇ ଓଲଟି ଯିବାପରେ ଡ୍ରାଇଭର ସେଠାରୁ ଚମ୍ପଟ ମାରିଥିଲା । ସେଠାରେ ବାରମ୍ବର ଦୁର୍ଘଟଣା ଘଟୁଥିବାର ଜଣାଯାଏ । ସ୍ଲିପ୍ ୱେଟି ଠିକ୍ଭାବେ ନିର୍ମାଣ କରାଯାଇନଥିବାର ଅଭିଯୋଗ ହେଉଛି ।