ଛତ୍ରପୁର (ସମୃଦ୍ଧ ଓଡିଶା) ସାମୁଦ୍ରିକ ଝଡ଼ ଫନି ବାତ୍ୟାରେ ରାଜ୍ୟର ଅଧିକାଂଶ ଅଂଚଳ କ୍ଷତିଗ୍ରସ୍ତ ହୋଇଛି । ଏହାର ପୁନଃରୁଦ୍ଧାର ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ବିଭିନ୍ନ ସ୍ତରରୁ ସହାୟତା ମିଳୁଛି । ଏହି ଅବସରରେ ପାତ୍ରପୁର ବ୍ଲକର ମିଳିତ ଶିକ୍ଷକ ସଂଘ ପକ୍ଷରୁ ଗତକାଲି ଛତ୍ରପୁର ଠାରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ଭେଟି ବାତ୍ୟା ବିପନ୍ନଙ୍କ ପାଇଁ ୬୧ ହଜାର ୧୧୧ ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି । ଏହି ଚେକ ପ୍ରଦାନବେଳେ ପାତ୍ରପୁର ବ୍ଲକର ମିଳିତ ଶିକ୍ଷକ ସଂଘର ସମ୍ପାଦକ ଶଶାଙ୍କ କୁମାର ପ୍ରଧାନ, କୋଷାଧ୍ୟକ୍ଷ ଶିଶିର କୁମାର ମହାପାତ୍ର, ନୋଡାଲ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ପ୍ରତିନିଧି ଗିରିଜା ଶଙ୍କର ନାୟକ, ଏନପିଏସ କ୍ୟାଡର ନିଶାମଣି ପ୍ରଧାନ ଓ ଛତ୍ରପୁର ବ୍ଲକ ମିଳିତ ଶିକ୍ଷକ ସଂଘର ସଭାପତି ରବିନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ମିଳିତ ଶିକ୍ଷକ ସଂଘର ସହଯୋଗକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା