ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ବ୍ରହ୍ମାନଗର ୧ମ ସାରଣୀ ସ୍ଥିତ କ୍ରାନ୍ତି ଅନୁଷ୍ଠାନ ତରଫରୁ ସାଧାରଣତନ୍ତ୍ର ଦିବସ ଅବସରରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ‘ମେରି ଜାନ ହିନ୍ଦୁସ୍ତାନ’ ସ୍ଥାନୀୟ ହିଲପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ସମସ୍ତ ଅତିଥିମାନେ ପ୍ରଥମେ ଜଗତରନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡ଼ଃ.ଦେବାନନ୍ଦ ଦାଶଙ୍କ ଅଧ୍ୟକ୍ଷତା ତଥା ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ତ୍ତମାନର ବ୍ରହ୍ମପୁର ଲୋକସଭା ସାଂସଦ ଚନ୍ଦ୍ର ଶେଖର ସାହୁ, ଯୋଗ ଦେଇଥିବା ବେଳେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଜେନା, ଏସଏମଆଇଟି ସଭାପତି ଡ଼ଃ. ଭଗବାନ ଗନ୍ତାୟତ, ସମାଜସେବୀ ତଥା ଗଞ୍ଜାମ ମଞ୍ଚ କଳାକାର ସଂଘ ସଭାପତି କେ. ବଳରାମ ଦାଶ, ନାରୀ ହସ୍ପିଟାଲ ନିର୍ଦ୍ଦେଶିକା ନୀଲାଙ୍ଗି ଗୋଖେଲ ପାଢ଼ୀ, କାଲାମ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ସମ୍ପାଦକ ସନ୍ତୋଷ କୁମାର ଜେନା, ସାମନ୍ତରାୟ ଏକାଡେମୀର ନିର୍ଦ୍ଦେଶକ ଦେବେଶ ସାମନ୍ତରାୟ, ଆଇଏସଆରଡି ନିର୍ଦ୍ଦେଶକ ସୁଧୀର ସାବତ, ମଦର ଗ୍ରେସ ପବ୍ଲିକ ସ୍କୁଲ ଚେୟାରମ୍ୟାନ ଦେବେନ୍ଦ୍ର ପାଢ଼ୀ, ମହାନ ସଂଘ ସଭାପତି ସୁଶାନ୍ତ ସାବତ, ପୂର୍ବତନ ବି.ଏମ.ସି. କର୍ପୋରେଟର ଦଣ୍ଡପାଣି ନାୟକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିରୁପାକ୍ଷ ଦାଶ, ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ଧନଞ୍ଜୟ ରାଓ ଓ ଡା. ସାଗର ରଞ୍ଜନ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସମବେତ ବିଦ୍ୟାର୍ଥୀଙ୍କୁ ଜନରାଜ୍ୟ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରାଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନ ସହ ବିଭିନ୍ନ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ଦଳଗତ ନୃତ୍ୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ମଦର ଗ୍ରେସ ହାଇସ୍କୁଲ, ହେଭେନ କିଣ୍ଡରଗାର୍ଡେନ ପ୍ଲେ ସ୍କୁଲ, କନିସି ସ୍ଥିତ ସାଇ ଶିଶୁ ପବ୍ଲିକ ସ୍କୁଲ ଓ କେସି ପବ୍ଲିକ ସ୍କୁଲର ଦଳଗତ ନୃତ୍ୟକୁ ପୁରସ୍କୃତ କରାଯାଇଥିଲା । କ୍ରାନ୍ତି ଅନୁଷ୍ଠାନର କୁନି କଳାକାରଙ୍କ ପରିବେଶିତ ଦେଶାତ୍ମବୋଧକ ନୃତ୍ୟ ଦର୍ଶକମାନଙ୍କ ମନଛୁଆଁ ହୋଇପାରିଥିଲା । ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରାୟ ୧୨୦୦ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା । କ୍ରାନ୍ତି ଅନୁଷ୍ଠାନର ମୁକୁନ୍ଦ ସାହୁ ଉଦଘୋଷକ ରୂପେ ଦାୟିତ୍ୱ ତୁଲାଇଥିବା ବେଳେ କାର୍ଯ୍ୟକ୍ରମ ଆୟୋଜନରେ ସଞ୍ଜୟ କୁମାର ରଥ, ଦେବରାଜ ରାଉତ, ଶ୍ରୀମତୀ ନିର୍ମଳା ଦାଶ, ମାନସ ରଞ୍ଜନ ରଥ, ଅନିଲ କୁମାର ସେଠି, ଶୁଭଶ୍ରୀ ପଟ୍ଟନାୟକ, ଦେବବ୍ରତ ଗୌଡ଼, ଭାବନାଥ ସାହୁ, ୱାଇ. ଲାବଣ୍ୟ, ଆଶିଷ କୁମାର ବେହେରା, ମହେଶ ପାଢ଼ୀ, ଲିଲି ସାହୁ, ସୁନିତା ପଣ୍ଡା, ଜଗଦୀଶ ପାଣିଗ୍ରାହୀ, ସଂଯୁକ୍ତା ପାଣିଗ୍ରାହୀ, ଚର୍ଚ୍ଚିତା ଦାଶ ଓ ଚିନ୍ମୟାନନ୍ଦ ଦାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ନିର୍ମଳା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼ଃ. ଦେବାନନ୍ଦ ଦାଶ କହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା